"ଜନଗଣମନ" କ'ଣ ସତରେ ଭାରତ ମାତୃଭୂମିର ଵନ୍ଦନା?
"ଜନଗଣମନ" କ'ଣ ସତରେ ଭାରତ ମାତୃଭୂମିର ଵନ୍ଦନା? ଆସନ୍ତୁ ଵିଶିଷ୍ଟ କଵି ରବୀନ୍ଦ୍ରନାଥ ଠାକୁରଙ୍କ ଦୁଇଟି ଅମର ସୃଷ୍ଟିର ତୁଳନା କରି ଭାରତର ଜାତୀୟ ସଙ୍ଗୀତ ଜନଗଣମନର ପ୍ରକୃତ ଅର୍ଥ ଉପରେ ଆଲୋଚନା କରିଵା। ପରିଦୃଶ୍ୟ ୧: 'ଆମାର ସୋନାର ବାଂଲା' ୧୯୦୫ ମସିହାରେ ରବୀନ୍ଦ୍ରନାଥ ଠାକୁର ଆମାର ସୋନାର ବାଂଲା ରଚନା କରିଥିଲେ। ଏହି ୧୦ ଧାଡ଼ିର ଗୀତରେ ବଙ୍ଗ ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜନସାଧାରଣଙ୍କର ମାଟି ପ୍ରତି ଅନୁରାଗକୁ ଅତି ସୁନ୍ଦର ଭାବେ ଵର୍ଣ୍ଣନା କରାଯାଇଛି। ଏଥିରେ ସେ ବଙ୍ଗକୁ "ମା" ବୋଲି ସମ୍ବୋଧନ କରି ୮ ଥର "ମା" (ସ୍ତ୍ରୀ ଵାଚକ) ଶବ୍ଦ ଵ୍ୟଵହାର କରିଛନ୍ତି। ମାତୃଭୂମି ପ୍ରତି ଏହିପରି ଭାଵପୂର୍ଣ୍ଣ ସମ୍ବୋଧନ ସାଧାରଣତଃ ଦେଖାଯାଏ। ୧୯୭୧ ମସିହାରେ ଏହି ଗୀତଟି ବାଂଲାଦେଶର ଜାତୀୟ ସଙ୍ଗୀତ ଭାଵେ ଗୃହୀତ ହୋଇଥିଲା। ପରିଦୃଶ୍ୟ ୨: 'ଜନଗଣମନ' ୧୯୧୧ ମସିହାରେ ରବୀନ୍ଦ୍ରନାଥ ଜନଗଣମନ ରଚନା କରିଥିଲେ, ଯେଉଁଥିରେ "ଭାରତ ଭାଗ୍ୟଵିଧାତା" ଓ "ଅଧିନାୟକ"ଙ୍କ ଵିଷୟରେ ଵର୍ଣ୍ଣନା ରହିଛି। ଗୀତରେ ଭାରତର ପୂର୍ଵ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ଜନସାଧାରଣ ଏହି "ଅଧିନାୟକ"ଙ୍କୁ ସମ୍ମାନ ଜଣାଉଛନ୍ତି ବୋଲି ପ୍ରତୀତ ହୁଏ। ରାଜା ଜର୍ଜ ପଞ୍ଚମ ଓ ରାଣୀ ମେରୀଙ୍କ ଭାରତ ଗସ୍ତ ସମୟରେ ଜାତୀୟ କଂଗ୍ରେସର ଏକ ସଭାରେ ଏହି ଗୀତ ଉପସ୍ଥାପନ...