ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 1

୧. ଓଡ଼ିଆ ସାହିତ୍ୟର ସର୍ଵପ୍ରାଚୀନ ଲିଖିତ ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ?
ଉ. ପ୍ରଥମ ଶତାବ୍ଦୀରେ ଖୋଦିତ ଖାରଵେଳଙ୍କ ହାତୀଗୁମ୍ଫା ଶିଳାଲେଖ

୨. ତାଳପତ୍ରରେ ରଚିତ ସର୍ଵପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ?
ଉ. ନେପାଳ ଦରଵାରରୁ ପ୍ରାପ୍ତ ସପ୍ତମ ଶତାବ୍ଦୀର ଚର୍ଯାଗୀତିକା

୩. ଓଡ଼ିଶାରେ ପ୍ରାଚୀନ ଭାଷା ଓ ଲିପିର ପ୍ରମାଣ କେଉଁଠାରେ ଦେଖିଵାକୁ ମିଳେ ?
ଉ. ୧୦ ହଜାର ଵର୍ଷ ତଳର ଯୋଗୀମଠ ଚିତ୍ରଲିପି ଓ ଵିକ୍ରମଖୋଲ ଚିତ୍ରଲିପି

୪. ଲିଖନଗତ ଦୃଷ୍ଟିକୋଣରୁ ଓଡ଼ିଆ ସାହିତ୍ୟ କି କି ଭାଗରେ ଵିଭକ୍ତ ?
ଉ. ଅଭିଲେଖ ସାହିତ୍ୟ (୩ୟରୁ ୧୫ଶ ଶତାବ୍ଦୀ)
ତାଳପତ୍ର ସାହିତ୍ୟ (୭ମରୁ ଉନ୍ନଵିଂଶ)
ଆଧୁନିକ ସାହିତ୍ୟ (ଉନ୍ନଵିଂଶ ଶତାବ୍ଦୀରୁ ଆଜିଯାଏଁ)

୫. ଅଶୋକଙ୍କ ଶିଳାଲେଖ ଓ ଖାରଵେଳଙ୍କ ଶିଳାଲେଖ କେଉଁ ଲିପି ଓ ଭାଷାରେ ଲିଖିତ ?
ଉ. ବ୍ରାହ୍ମୀ ଲିପି ଓ ପାଲି ଭାଷା (କଳିଙ୍ଗ ଅଧିଵାସୀଙ୍କର ସେ ସମୟର ପ୍ରଚଳିତ ମୁଖଭାଷା)

୬. ସମସ୍ତ ଭାରତୀୟ ଭାଷାର ସର୍ଵପ୍ରାଚୀନ ସାହିତ୍ୟ ଭାଵରେ କାହାକୁ ଗ୍ରହଣ କରାଯାଏ ?
ଉ. ହାତୀଗୁମ୍ଫା ଶିଳାଲେଖ

୭. ଖାରଵେଳଙ୍କ ଶିଳାଲେଖର ଵୈଶିଷ୍ୟ କ'ଣ?
ଉ. ଏହା ନାଟ୍ୟଶାସ୍ତ୍ରର ରଚୟିତା ଭରତମୁନି (୧ମ ଶତାବ୍ଦୀ) ସାହିତ୍ୟ ଦର୍ପଣର ପ୍ରଣେତା ତଥା ଚତୁର୍ଦ୍ଦଶ ଶତାବ୍ଦୀର କଵି ଵିଶ୍ଵନାଥ କଵିରାଜଙ୍କ ସମେତ ଵିଭିନ୍ନ ଵିଦ୍ଵାନ କାଵ୍ୟ ରଚନା ସମ୍ପର୍କରେ ଦେଇଥିଵା ନିୟମାନୁସାରେ ରଚିତ ।

୮. ଖାରଵେଳଙ୍କ ଶିଳାଲେଖରେ ତାଙ୍କର କେତେ ଵର୍ଷର ଶାସନ ଵିଷୟ ଉଲ୍ଲେଖ ରହିଛି ?
ଉ. ୧୩ ଵର୍ଷ

୯. ଚିକାକୋଲ ଵା ଶ୍ରୀକାକୁଲମ ଜ଼ିଲ୍ଲାର ଉରଜାମ ଗ୍ରାମରୁ ଆଵିଷ୍କୃତ ଶିଳାଲେଖ କେଉଁ ସମୟର ?
ଉ. ୧୦୫୧ ଖ୍ରୀ.ଅ.

୧୦. ଭୁଵନେଶ୍ବର ଶିଳାଲେଖ କେଉଁ ସମୟର ?
ଉ. ୧୨୪୯ ଖ୍ରୀ.ଅ.

୧୧. ଖାରଵେଳ କୁମାରୀ ପର୍ଵତରେ କେତୋଟି ଗୁମ୍ଫା ନିର୍ମାଣ କରିଥିଲେ ?
ଉ. ୧୧୭ଟି

୧୨. ଅଭିଲେଖ ସାହିତ୍ୟ ଓ ତାଳପତ୍ର ସାହିତ୍ୟ ମଧ୍ୟରେ ପ୍ରଭେଦ କ'ଣ ?
ଉ. ଅଭିଲେଖରେ ରାଜାଦେଶ ଵା ରାଜ୍ୟ ପ୍ରଶସ୍ତି ଓ ତାଳପତ୍ରରେ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ, ସମାଜ ଚଳଣି, ଲୋକଧର୍ମ ଵିଷୟରେ

୧୩. ମନ୍ଦିର ନିର୍ମାଣ ନକ୍ସା ଵା କାରିଗରୀ ଵିଦ୍ୟା ପ୍ରଥମେ କେଉଁଥିରେ ରୂପ ନେଇଥିଲା ?
ଉ. ତାଳପତ୍ରରେ

୧୪. ଓଡ଼ିଆ ସାହିତ୍ୟକୁ ତାଳପତ୍ରର ଅଵଦାନ କ'ଣ?
ଏହା ଦ୍ୱାରା ପ୍ରଥମ କରି ଓଡ଼ିଆ ଭାଷାରେ ସଂସ୍କୃତମୁକ୍ତ ସାହିତ୍ୟ ସର୍ଜନା ପ୍ରତିଷ୍ଠା ଓ ପ୍ରସାର ହୋଇଥିଲା ।

୧୫. ଚର୍ଯ୍ୟା ସାହିତ୍ୟ 'ଚର୍ଯ୍ୟାଚର୍ଯ୍ୟ ଵିନିଶ୍ଚୟ'କୁ କିଏ, କେବେ, କେଉଁଠାରୁ ଆଵିଷ୍କାର କରିଥିଲେ ?
ବଙ୍ଗୀୟ ଵିଦ୍ଵାନ ହରପ୍ରସାଦ ଶାସ୍ତ୍ରୀ ୧୯୦୭ରେ ନେପାଳ ରାଜ ଦରଵାରରୁ ଆଵିଷ୍କାର କରିଥିଲେ ।

୧୬. ବୌଦ୍ଧଗାନ ଓ ଦୋହା କିଏ କେବେ ପ୍ରକାଶ କରିଥିଲେ ?
ବଙ୍ଗୀୟ ଵିଦ୍ଵାନ ହରପ୍ରସାଦ ଶାସ୍ତ୍ରୀ ୧୯୦୭ରେ ନେପାଳ ରାଜ ଦରଵାରରୁ 'ଚର୍ଯ୍ୟାଚର୍ଯ୍ୟ ଵିନିଶ୍ଚୟ'କୁ ଆଵିଷ୍କାର କରିଥିଲେ ।
୧୯୧୬ରେ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବୌଦ୍ଧଗାନ ଓ ଦୋହା ନାମକ ପୁସ୍ତକ ପ୍ରକାଶ କରିଥିଲେ ।

୧୭. ଚର୍ଯ୍ୟା କଵିତା କେଉଁ ଧର୍ମ ସହିତ ସମ୍ପର୍କିତ ?
ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଧାନ ପ୍ରଶାଖା ବଜ୍ରଯାନ ଓ ସହଜଯାନ ସମ୍ପର୍କିତ

୧୮. ଚର୍ଯ୍ୟାଚର୍ଯ୍ୟର ଅର୍ଥ କଅଣ?
ଧର୍ମ ସମ୍ବନ୍ଧୀୟ ଯାହା କର୍ତ୍ତଵ୍ୟ ଓ ଅକର୍ତ୍ତଵ୍ୟ

୧୯. ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ ଗ୍ରନ୍ଥରେ କେତେ ଜଣ ସିଦ୍ଧାଚାର୍ଯ୍ୟଙ୍କ କେତୋଟି କଵିତା ଅଛି?
୨୩ ଜଣ, ୪୬ଟି

୨୦. ଚର୍ଯ୍ୟାଚୟ ଵିନିଶ୍ଚୟରେ ସଂକଳିତ କଵିତାରେ କିପରି ଅର୍ଥ ଅଛି ?
ଦୁଇଟି, ଲୌକିକ ଅର୍ଥ ଓ ପରାମର୍ଥିକ ଅର୍ଥ

୨୧. ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ପ୍ରାଚୀନତମ କଵି / ଆଦିସିଦ୍ଧାଚାର୍ଯ୍ୟ କିଏ?
ସରହପାଦ

୨୨. ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ପ୍ରସିଦ୍ଧ କଵି କିଏ?
କାହ୍ନୁପାଦ

୨୩. ପ୍ରାଚୀନ ଓଡ଼ିଆ ସାହିତ୍ୟରେ କେତେଗୋଟି ସିଦ୍ଧ ଆଚାର୍ଯ୍ୟମାନଙ୍କୁ ଚିହ୍ନଟ କରାଯାଇଛି ?
୮୪

୨୪.  ନାଥ ସାହିତ୍ୟ କେଉଁ ସମୟରେ ସୃଷ୍ଟି ହୋଇଥିଲା ?
ଓଡ଼ିଶାରେ ଭୌମକର ଶାସନ ସମୟରେ ଉଭୟ ବୌଦ୍ଧ ଓ ଶୈଵ ଧର୍ମକୁ ପ୍ରୋତ୍ସାହିତ କରିଵା ଫଳରେ ଉଭୟ ବୌଦ୍ଧ ଵା ଚର୍ଯ୍ୟା ସାହିତ୍ୟ ଏବଂ ଶୈଵ ଵା ନାଥ ସାହିତ୍ୟ ସୃଷ୍ଟି ହୋଇଥିଲା ।

୨୫. ଶୈଵ ଓ ନାଥ ସାହିତ୍ୟର ମତ କଅଣ?
ଶରୀର ଭେଦ ମୂଳକ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ

୨୬. ନାଥ ଶବ୍ଦର ଵ୍ୟୁତ୍ପତିଗତ ଅର୍ଥ କଅଣ ?
ନା ଅର୍ଥ ଅନାଦି ରୂପ ଥ ଅର୍ଥ ଭୁବନତ୍ରୟରେ ସ୍ଥାପିତ ହେଵା
ନା ଅର୍ଥ ନାଥବ୍ରହ୍ମା (ଯିଏ ମୋକ୍ଷ ପ୍ରଦାନ କରେ) ଥ ଅର୍ଥ ଯେ ଅଜ୍ଞାନକୁ ଦୂର କରେ । ସାଧାରଣ ଅର୍ଥ ସ୍ୱାମୀ ଵା ପ୍ରଭୂ

୨୭.  ଓଡ଼ିଶା ନାଥପନ୍ଥୀଙ୍କ କେତୋଟି ଶାଖା ଅଛି ? କ'ଣ କ'ଣ?
ଦୁଇଟି, ସାଧାରଣ ଯୋଗୀ, ଯୋଗୀ ଵୈଦ୍ୟ

୨୮ ଓଡ଼ିଶାରେ ନାଥ ସମ୍ପ୍ରଦାୟର କେତୋଟି ମଠ ଅଛି?
୧୨ଟି

୨୯. ନାଥ ଧର୍ମର ଆଦ୍ୟ ପ୍ରଵର୍ତ୍ତକ କିଏ?
ଗୋରେଖନାଥ

୩୦. ଗୋରେଖନାଥ କାହାର ଶିଷ୍ୟ ଅଟନ୍ତି?
ସିଦ୍ଧାଚାର୍ଯ୍ୟ ମୀନନାଥ / ମତ୍ସେନ୍ଦ୍ରନାଥଙ୍କ ଶିଷ୍ୟ

୩୧. ପାଦ ଓ ନାଥ ମଧ୍ୟରେ ପର୍ଥ୍ୟକ୍ୟ କଅଣ?
ପାଦ ଯେପରି ବ୍ୟକ୍ତିର ସମଗ୍ର ଭାର ବହନ କରି ଏହାକୁ ସଠିକ ପରିଚାଳିତ କରିଥାଏ, ବୌଦ୍ଧ ଆଚାର୍ଯ୍ୟଗଣ ନିଜକୁ ସମାଜ ରୂପକ ଵ୍ୟକ୍ତିର ପାଦ ଭାଵରେ ପରିକଳ୍ପନା କରି ଏହାର ଵିକାଶପାଇଁ ଵିଭିନ୍ନ ତତ୍ତ୍ବ ପ୍ରଦାନ କରିଛନ୍ତି, ଠିକ ସେହି ତତ୍ତ୍ବ ପ୍ରଦାନ କରିଵାପାଇଁ ନାଥଯୋଗୀଗଣ କେନ୍ଦରା, ରାଉତୁମ୍ବା ଆଦି ବାଦ୍ୟଯନ୍ତ୍ର ମାଧ୍ୟମରେ ନିଜ ମତଵାଦ ପ୍ରଚାର କରୁଥିଲେ ମଧ୍ୟ ନିଜକୁ ମୋକ୍ଷଦାତା ଵା ସମାଜର ନାଥ ଵା ମୁଖ୍ୟ ଭାବରେ ଵିଵେଚନା କରୁଥିଲେ ।

୩୨. ନାଥଧର୍ମର ପ୍ରଚାରର ମୁଖ୍ୟ ମାଧ୍ୟମ କଅଣ ଥିଲା?
ହଠଯୋଗ ଓ କାୟା ସାଧନା

୩୨. ନାଥ ଧର୍ମର ଆରାଧ୍ୟ ଦେଵତା କିଏ?
ସଂସାର ତ୍ୟାଗୀ ପ୍ରଭୁ ପଶୁପତିନାଥ ଵା ଶିଵ

୩୩. ନାଥ ଧର୍ମର ପ୍ରମୁଖ ସାହିତ୍ୟ କଅଣ ?
ଗୋରଖ ସଂହିତା ଓ ସିସୁଵେଦ(ଗଦ୍ୟ ଓ ପଦ୍ୟରେ ରଚିତ)

୩୪. ଓଡ଼ିଶାରେ ନାଥପନ୍ଥୀ ଭାରତର ଅନ୍ୟ ନାଥପନ୍ଥୀଙ୍କଠାରୁ କିପରି ଭିନ୍ନ ଥିଲେ?
ଭିକ୍ଷାପାଇଁ ନଡ଼ିଆ ଖୋଳପା ବଦଳରେ ଲାଉ ତୁମ୍ବା ଵ୍ୟଵହାର କରୁଥିଲେ।

୩୫. ନାଥପନ୍ଥୀଙ୍କ ମୁଖ୍ୟ ପର୍ଵ କଅଣ?
ଶିଵରାତ୍ରୀ ଵା ଜାଗର ଅମାଵାସ୍ୟା

୩୬. ରସ ରତ୍ନାକର ଚିକତ୍ସା ଗ୍ରନ୍ଥ କେଉଁଠୁ ଆଵିଷ୍କୃତ ହୋଇଥିଲା ? ତାହାର ରଚୟିତା କିଏ?
କୁଜଙ୍ଗର କିଆରବାଙ୍କ ନାଥ ଗାଦିରୁ, ନିତ୍ୟନାଥ

୩୭. କପିଳେନ୍ଦ୍ରଦେଵଙ୍କ ଶାସନ ସମୟ କେତେ ?
୧୪୩୬-୧୪୬୬ଖ୍ରୀଷ୍ଟାବ୍ଦ

୩୮. ପାଳି ଶବ୍ଦର ଵ୍ୟୁତ୍ପତ୍ତି କିପରି?
ରକ୍ଷା କରିଵା ଓ ପାଳନ କରିଵା ହେଉଛି ପାଳି ଵା ପାଲି

୩୯. ଗୌତମ କେଉଁଠାରେ ସମ୍ବୋଧିଲାଭ କରିଥିଲେ?
ଗୟାଠାରେ ନିରଞ୍ଜନ ନଦୀକୂଳରେ ଥିଵା ରାଜାୟତନ ନାମକ ଅଶ୍ଵତ୍ଥ ଵୃକ୍ଷମୂଳେ

୪୦. ଗୌତମ ପ୍ରଥମେ କେଉଁ ପାଞ୍ଚ ବ୍ରାହ୍ମଣକୁ ଉପଦେଶ ଦେଇଥିଲେ ?
ଅସଜି, କୌଣ୍ଡିନ୍ୟ, ଉଦିୟ, ବଫ୍ଵ, ମହାବାୟ

୪୧. ଖାରଵେଳ ତାଙ୍କର ରାଜ୍ୟ ଶାସନର କେଉଁ ଵର୍ଷରେ ଗୀତ ବାଦ୍ୟ ଓ ନୃତ୍ୟ ଉତ୍ସଵ ଆୟୋଜିତ କରିଥିଲେ ?
ତୃତୀୟ ଓ ସପ୍ତମ

୪୨. ଖାରଵେଳ ତାଙ୍କର ରାଜ୍ୟ ଶାସନର କେଉଁ ଵର୍ଷରେ ରାଷ୍ଟିକ ଓ ଭୋଜକମାନଙ୍କୁ ଯୁଦ୍ଧ ସମୟରେ ଅପହୃତ ସମସ୍ତ ସମ୍ପଦ ଅଳଙ୍କାର ପଦଵୀ, ଛତ୍ର ଓ ସ୍ୱର୍ଣ୍ଣପାତ୍ର ପ୍ରଭୃତିକୁ ଫେରାଇ ଦେଵାପାଇଁ ଆଦେଶ ଦେଇଥିଲେ ?
ଚତୁର୍ଥ ଵର୍ଷ

୪୩. ଖାରଵେଳ ତାଙ୍କର ରାଜ୍ୟ ଶାସନର କେଉଁ ଵର୍ଷରେ କୁମାରୀ ପର୍ବତରେ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ ?
୧୩ଶ ଵର୍ଷ

୪୪. ହୁଏନସାଂଙ୍କ ପରିଭ୍ରମଣ ସମୟରେ କଳିଙ୍ଗର ପ୍ରଧାନ ବୌଦ୍ଧ ଦାର୍ଶନିକ କିଏ ଥିଲେ? କେତେସଂଖ୍ୟକ ବୌଦ୍ଧଵିହାର ଓ ବୌଦ୍ଧ ଆଚାର୍ଯ୍ୟ ଥିଲେ?
ଆଚାର୍ଯ୍ୟ ଧର୍ମକୀର୍ତ୍ତି, ଏକଶତ ବୌଦ୍ଧଵିହାର ଓ ଏକହଜାର ବୌଦ୍ଧ ଆଚାର୍ଯ୍ୟ

୪୫. ଧର୍ମକୀର୍ତ୍ତଙ୍କ ଲିଖିତ ଶିଳାଲେଖ କେଉଁଠାରେ ଦେଖିଵାକୁ ମିଳେ?
କୋରାପୁଟର ଜଗମୁଣ୍ଡା ପାହାଡ଼ ଶିଖରରେ ଥିଵା ନୀଳକଣ୍ଠେଶ୍ୱର ମନ୍ଦିର କାନ୍ଥରେ

୪୬. ଚତୁଃଶତକର ରଚୟିତା କିଏ?
ଆର୍ଯ୍ୟଦେଵ

୪୭. ଭାରତୀୟ ନ୍ୟାୟର ପିତା ଭାବେ କାହାକୁ ସମ୍ମାନିତ କରାଯାଏ ? ସେ ଲେଖିଥିବା ପୁସ୍ତକର ନାମ କଅଣ?
ଦିଙ୍ନାଗାଚାର୍ଯ୍ୟ, ପ୍ରମାଣ ସମୁଚ୍ଚୟ

୪୮. ନ୍ୟାୟବିନ୍ଦୁର ରଚୟିତା କିଏ?
ଧର୍ମକୀର୍ତ୍ତି

୪୯. ବାଦନ୍ୟାୟର ରଚୟିତା କିଏ?
ଉଦ୍ୟୋତକର

୫୦. ସହଜଯାନ କେବେ ସୂତ୍ରପାତ ହୋଇଥିଲା ?
ଅଷ୍ଟମ ଓ ନଵମ ଶତାବ୍ଦୀରେ

୫୧. ତନ୍ତ୍ରଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କଅଣ ଥିଲା ?
ମନୁଷ୍ୟର ପ୍ରଵୃତ୍ତି ମଧ୍ୟରେ ସର୍ଵ ଅପେକ୍ଷା ଅଧିକ ଶକ୍ତିଶାଳୀ ଯୌନ ପ୍ରଵୃତ୍ତିକୁ ଯୋଗାଚାର ଶୃଙ୍ଖଳ ମଧ୍ୟରେ ଉଦଗତି କରି ନିର୍ଵାଣ ସାଧନାରେ ସେହି ଉଦଗତି କାମଶକ୍ତିକୁ ନିୟୋଜିତ କରିଵା

୫୨. ସହଜଯାନର ତତ୍ତ୍ବଵାଣୀ କଅଣ ?
ଚିତ୍ତପ୍ରଵୃତ୍ତିକୁ ଆହାର କରି ପ୍ରଵୃତ୍ତି ଓ ନିଵୃତ୍ତି ଵିଚାରକୁ ତୁଚ୍ଛ କରି ସହଜ ଆନନ୍ଦ ମଧ୍ୟରେ ଶୂନ୍ୟର ଉପଲବ୍ଧି

୫୩.  ବୌଦ୍ଧମାନେ ପାଞ୍ଚ ପଦାର୍ଥ କ୍ଷିତ, ଅପ, ତେଜ ମରୁତ ଵ୍ୟୋମ
ମଧ୍ୟରୁ କାହାର ଅସ୍ତିତ୍ବକୁ ଅସ୍ବୀକାର କରନ୍ତି ?
ଵ୍ୟୋମ

୫୪. କେଉଁ  ଚାରିଭୂତରୁ ଶରୀର, ଇନ୍ଦ୍ରିୟର ଉତ୍ପତ୍ତି ?
ପୃଥୀଵୀ, ଜଳ, ତେଜ, ଵାୟୁ

୫୫. ଚର୍ଯ୍ୟାପଦର ଦର୍ଶନ ଅନୁସାରେ ଚାରିଟି ସ୍କନ୍ଧ କଅଣ ?
ରୂପସ୍କନ୍ଧ, ଵିଜ୍ଞାନ ସ୍କନ୍ଧ, ବେଦନା ସ୍କନ୍ଧ, ସଂସ୍କାର ସ୍କନ୍ଧ

୫୬. ଚର୍ଯ୍ୟାପଦର ଦର୍ଶନ ଅନୁସାରେ କେଉଁ ସ୍କନ୍ଧକୁ ଚିତ୍ତ ଓ ଆତ୍ମା କୁହାଯାଇଛି?
ଵିଜ୍ଞାନ ସ୍କନ୍ଧ

୫୭. ଓଡ୍ଡିୟାନ ପୀଠ କହିଲେ କାହାକୁ ବୁଝାଯାଏ ?
ପଶ୍ଚିମ ଓଡ଼ିଶା

୫୮. ବୌଦ୍ଧମାନେ କେଉଁ ଚାରି ଆର୍ଯ୍ୟସତ୍ୟକୁ ମାନନ୍ତି ?
ଦୁଃଖ, ଦୁଃଖର ଉତ୍ପତ୍ତି, ଦୁଃଖ ନିରୋଧ ଓ ଦୁଃଖ ନିରୋଧର ଉପାୟ

୫୯. ନୈରାତ୍ମ୍ୟଦେଵୀ ଵା ଡୋମ୍ବୀର ଆଵାସ ସ୍ଥାନ କେଉଁଠି ?
ଦେହର ଶିଖର ପ୍ରଦେଶ ଵା ଉଷ୍ମୀୟ କମଳରେ

୬୦. ଲିଙ୍ଗରାଜ ମନ୍ଦିର କେଉଁ ଶୈଳୀରେ ନିର୍ମିତ ?
ପଞ୍ଚରଥ ଶୈଳୀ (ମୁଖ୍ୟ ମନ୍ଦିର ସହ ଚାରିକୋଣରେ ଚାରି ଛୋଟ ମନ୍ଦିର)

୬୧. ନାଥ ସମ୍ପ୍ରଦାୟର କେତୋଟି ଶାଖା ଅଛି? ଭୁଵନେଶ୍ୱର ଶୈଵ ପୀଠ ଭାଵେ କେଉଁ ଶାଖାକୁ ଦେଖିଵାକୁ ମିଳେ ?
୧୨ଟି, ସତ୍ୟନାଥୀ

୬୨. ପ୍ରଥମ ବଜ୍ରଯାନୀ ସିଦ୍ଧ କିଏ ?
ଗୋରଖନାଥ

୬୩. ନାଥସାହିତ୍ୟଗୁଡ଼ିକର ଉଦାହରଣ ଦିଅ ।
ଶିଶୁଵେଦ, ଅମରକୋଷ ଗୀତା, ଗୋରେଖ ସଂହିତା, ରୁଦ୍ରସୁଧାନିଧି, ସପ୍ତାଙ୍ଗ ଯୋଗ, ଅଷ୍ଟାଙ୍ଗ ଯୋଗ ଧାରଣା, ଶିଵସ୍ୱରାଦ୍ଵୟ ଆଦି...

୬୪. ସାରଳା ଦାସ କେଉଁ ଧର୍ମାଵଲମ୍ବୀ ଥିଲେ?
ଶାକ୍ତ

୬୫. ସାରଳା ଦାସଙ୍କ ଇଷ୍ଟଦେଵୀ କିଏ?
ଝଙ୍କଡ଼ର ସାରଳା ଚଣ୍ଡୀ

୬୬. ମହାଭାରତର (ଦ୍ୱାପର ଯୁଗ) ଦ୍ରୌପଦୀ ଚରିତ୍ରକୁ ସାରଳା ସତ୍ୟ, ତ୍ରେତୟା ଯୁଗରେ କାହା ରୂପରେ ପରିକଳ୍ପନା କରିଛନ୍ତି ?
ସତ୍ୟଯୁଗରେ କେତୁକା ଚଣ୍ଡୀ, ତ୍ରେତୟାରେ ଅବଳା ପାର୍ଵତୀ

୬୭. ମାୟା ଵିଭୂତି ଦ୍ୱାରା ରାମଙ୍କୁ ଅପହରଣ କରିନିଆଯାଇଥିଵା ଵିଷୟ କେଉଁ ରାମାୟଣରେ ଵର୍ଣ୍ଣିତ ?
ଵିଲଙ୍କା ରାମାୟଣ

୬୮. 'ଚୈତନ୍ୟ ଭାଗଵତ'ର ରଚୟିତା କିଏ?
ଈଶ୍ୱର ଦାସ

୬୯. ତାମ୍ରଯୁଗର ନଗର ସଭ୍ୟତା ଓ ଲୌହ ପାଷାଣକାଳୀନ ଦ୍ଵିତୀୟ ନଗର ସଭ୍ୟତା କେଉଁଠାରେ ଗଢ଼ିଉଠିଥିଲା ?
ଯଥାକ୍ରମେ ସିନ୍ଧୁ ନଦୀ ଓ ଗଙ୍ଗାନଦୀ କୂଳରେ

୭୦. ଗୌତମଙ୍କୁ ମହୁ ଓ ପିଠା ଦେଇ ତାଙ୍କର କ୍ଷୁଧା ନିଵାରଣ କରିଥିଵା ଉତ୍କଳର ଦୁଇ ଵଣିକଙ୍କ ନାମ କଅଣ ?
ତପସୁ ଓ ଭଲ୍ଲିକ

୭୧. କଳିଙ୍ଗର ଜିନ କହିଲେ କାହାକୁ ବୁଝାଯାଏ ? ଏହାକୁ କଳିଙ୍ଗରୁ କିଏ ଅପହରଣ କରିଥିଲେ, କିଏ ମଗଧ ଆକ୍ରମଣ କରି କଳିଙ୍ଗର ପୁନଃସ୍ଥାପନ କରିଥିଲେ ?
ଋଷଭଦେଵଙ୍କ ମୂର୍ତ୍ତି, ନନ୍ଦରାଜା, ଖାରଵେଳ

୭୨. ଋଷଭଦେଵ କି?
ଜୈନଧର୍ମର ୨୪ତମ ତୀର୍ଥଙ୍କର

୭୩. 'କଳିଙ୍ଗ ସାଗର ମଧ୍ୟରେ ଥିଵା ସମସ୍ତ ଦ୍ବୀପ କଳିଙ୍ଗଦେଶ ନାମରେ ପରିଚିତ' ବୋଲି କେଉଁ ଗ୍ରନ୍ଥରେ ଉଲ୍ଲେଖ ରହିଛି ?
ବୌଦ୍ଧ ସାହିତ୍ୟ 'ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ'ରେ

୭୪. କଳିଙ୍ଗ ରାଜାଙ୍କୁ ମହୋଦଧିପତି କେଉଁ ଗ୍ରନ୍ଥରେ କୁହାଯାଇଛି ?
କାଳିଦାସଙ୍କ ରଘୁବଂଶ

୭୫. କଳିଙ୍ଗ ଵଣିକଙ୍କଦ୍ୱାରା ରପ୍ତାନି ହେଉଥିଵା ଵିଭିନ୍ନ ଦ୍ରଵ୍ୟ ବାବଦରେ କେଉଁ ଗ୍ରନ୍ଥରେ ସୂଚନା ମିଳେ?
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର

୭୬. ମେଘାସ୍ଥାନିସ ଇଣ୍ଡିକାରେ କଳିଙ୍ଗର କେଉଁ ତିନୋଟି ଭୂଭାଗ ଵିଷୟରେ ଵର୍ଣ୍ଣିତ ହୋଇଛି ?
ପ୍ରାଚୀ କଳିଙ୍ଗ, ମକ୍କୋ ଵା ମଗ କଳିଙ୍ଗ, ଗଙ୍ଗାରିଡାଇ

୭୭. କଳିଙ୍ଗାଇ ଜନଜାତିର ନିଵାସସ୍ଥଳୀ କେଉଁଠି ?
ଗାଙ୍ଗୀସ ନଦୀ ମଧ୍ୟରେ ଥିଵା ଵିଶାଳ ଦ୍ବୀପ ମୋଡ଼ୋ ଵା ମକ୍କୋ

୭୮. ଆଲେକଜ୍ୟାଣ୍ଡର ଗାଙ୍ଗୀସ ଉପକୂଳରେ ପହଞ୍ଚି କଳିଙ୍ଗର ସାମରିକ ଶକ୍ତି କେତେ ବୋଲି ଶୁଣିଵାକୁ ପାଇଲେ?
୬୦୦ ସୁନିୟନ୍ତ୍ରିତ ଗଜଵାହିନୀ ଅଧିକାରୀ

୭୯. ଓଡ଼ିଆ ସାହିତ୍ୟର ଆଦିରୂପ କହିଲେ କାହାକୁ ବୁଝାଏ ?
ଖାରଵେଳଙ୍କ ହାତୀଗୁମ୍ଫା

୮୦. ଓଡ଼ିଆ ଭାଷାର ଆଦିରୂପ କହିଲେ କାହାକୁ ବୁଝାଏ ?
ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖ

୮୧. ଖାରଵେଳଙ୍କ ଉତ୍ତରାଧିକାରୀ ରାଜା କିଏ?
କୁଦେପସିରି

୮୨. ଖାରଵେଳଙ୍କ ଜେଜେବାପାଙ୍କ ନାମ କଅଣ ଥିଲା ?
କଳିଙ୍ଗରାଜ

୮୩.  ଖାରଵେଳଙ୍କ ଜନ୍ମ ସମୟ କେବେ?
ଖ୍ରୀ ପୂ ୬୪

୮୪. ଖାରଵେଳ କେତେ ଵୟସରେ ମହାରାଜା ଭାଵେ ଅଭିଷିକ୍ତ ହେଲେ?
୨୪ ଵର୍ଷ

୮୫. ଖାରଵେଳ କେତେ ଵର୍ଷ ଯୁଵରାଜ ରହିଥିଲେ?
୯ଵର୍ଷ

୮୬.  ଖାରଵେଳଙ୍କ କେତେ ଵର୍ଷ ଶାସନର ଗାଥା ଶିଳାଲେଖରେ ଲିଖିତ ହୋଇଛି ?
୧୩ଵର୍ଷ

୮୭. ଖାରଵେଳ ଶାସନର କେଉଁ ଵର୍ଷରେ ମଗଧ ଆକ୍ରମଣ କରି ଵିଜୟୀ ହୋଇଥିଲେ? ସେତେବେଳେ ମଗଧର ରାଜା କିଏ ଥିଲେ?
୧୨ଶ ଵର୍ଷ, ଵୃହସ୍ପତି ମିତ୍ର

୮୮. ଖାରଵେଳ ପୂର୍ଵଵର୍ଷର ଝଡ଼ଵାତ୍ୟାଦ୍ୱାରା ଵିଧ୍ବଂସପ୍ରାୟ କଳିଙ୍ଗ ନଗରୀର ପ୍ରସାଦ, ସୁରକ୍ଷା ପ୍ରାଚୀର ମରାମତି ଶାସନର କେଉଁ ଵର୍ଷ କରିଥିଲେ? ଏଥିପାଇଁ କେତେ ମୁଦ୍ରା ଵିନିଯୋଗ କରିଥିଲେ?
ପ୍ରଥମ ଵର୍ଷ, ୩୫ଲକ୍ଷ

୮୯. ଖାରଵେଳ ଶାସନର କେଉଁ ଵର୍ଷରେ ସାତକର୍ଣ୍ଣୀଙ୍କ ଵିରୋଧରେ ଯୁଦ୍ଧ କରିଥିଲେ ?
ଦ୍ଵିତୀୟ ଵର୍ଷ

୯୦. ଖାରଵେଳ ଶାସନର କେଉଁ ଵର୍ଷରେ ରାଜ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥିଲେ ?
ତୃତୀୟ ଵର୍ଷ

୯୧. ଖାରଵେଳ ଶାସନର କେଉଁ ଵର୍ଷରେ ଵିଦ୍ୟାଧର ରାଜ୍ୟ ଅଧିକାର କରିଥିଲେ ?
ଚତୁର୍ଥ ଵର୍ଷ

୯୨. ଖାରଵେଳ ଶାସନର କେଉଁ ଵର୍ଷରେ ନନ୍ଦରାଜାଙ୍କ ଦ୍ୱାରା ଖୋଲାଯାଇଥିଵା କେନାଲକୁ ତୋଷାଳି ମଧ୍ୟଦେଇ ରାଜଧାନୀ କଳିଙ୍ଗନଗର ପର୍ଯ୍ୟନ୍ତ ଵୃଦ୍ଧି କରିଥିଲେ ?
ପଞ୍ଚମ

୯୩. ଖାରଵେଳ ଶାସନର କେଉଁ ଵର୍ଷରେ ରାଣୀ ଗର୍ଭଵତୀ ହେଵା ଖୁସିରେ ନଗରଵାସୀଙ୍କୁ ମୁଦ୍ରା କର ଛାଡ଼ କରିଥିଲେ ?
ଷଷ୍ଠ

୯୪. ଖାରଵେଳ ଶାସନର କେଉଁ ଵର୍ଷରେ ରାଣୀ ମାତୃତ୍ୱ ଲାଭ କରିଥିଲେ ?
ସପ୍ତମ

୯୫. ଖାରଵେଳ ଶାସନର କେଉଁ ଵର୍ଷରେ ମଗଧ ଆକ୍ରମଣ କରି ଗୋରଥଗିରି ଦୁର୍ଗ ଧ୍ବଂସ କରିଥିଲେ ?
ଅଷ୍ଟମ

୯୬. ଖାରଵେଳ ଶାସନର କେଉଁ ଵର୍ଷରେ ଵିଜୟର ସ୍ମାରକୀ ରୂପେ ମହାଵିଜୟ ପ୍ରାସାଦ ନିର୍ମାଣ କରିଥିଲେ ? ଏଥିରେ କେତେ ଵ୍ୟୟ କରିଥିଲେ ?
ନଵମ, ୩୮ଲକ୍ଷ

୯୭. ଖାରଵେଳ ଶାସନର କେଉଁ ଵର୍ଷରେ ଵୃହତ ଯୁଦ୍ଧ ଅଭିଯାନ ସ୍ୱରୂପ ଉତ୍ତର ଭାରତର ରାଜ୍ୟଙ୍କ ଵିରୋଧରେ ଯୁଦ୍ଧ କରିଥିଲେ ?
ଦଶମ

୯୮. ଖାରଵେଳ ଶାସନର କେଉଁ ଵର୍ଷରେ କଳିଙ୍ଗର ଵାଣିଜ୍ୟ ନଗରୀ ପିଥୁଣ୍ଡରେ ଵିଶୃଙ୍ଖଳା ସୃଷ୍ଟିକାରୀ ୧୧୩ ଵର୍ଷର ତାମିଲ ସଙ୍ଘକୁ ଧ୍ବଂସ କରି ଗଧଦ୍ୱାରା ଏମାନଙ୍କ ଭୂମି କର୍ଷଣ ସ୍ୱରୂପ ଅପମାନ ଦେଇଥିଲେ ?
ଏକାଦଶ

୯୯. ଖାରଵେଳ ଶାସନର କେତେ ତମ ଵର୍ଷରେ କୁମାରୀ ପର୍ଵତରେ ଆଶ୍ରୟସ୍ଥଳୀ ଓ ସୁନ୍ଦର ହର୍ମ୍ୟ, ବୈଦୁର୍ଯ୍ୟ ଖଚିତ ଖମ୍ବମାନ ନିର୍ମାଣ କରିଥିଲେ ?
୧୩ଶ

୧୦୦. ସାତକର୍ଣ୍ଣୀଙ୍କ ଦାର୍ଶନିକ ବନ୍ଧୁ କିଏ ଥିଲେ? ତାଙ୍କ ପାଇଁ କେଉଁଠାରେ ସୁରମ୍ୟ ପାଞ୍ଚ ମହଲା ଵିଶିଷ୍ଟ ବୌଦ୍ଧ ଵିହାର ନିର୍ମାଣ କରିଥିଲେ?
ନାଗାର୍ଜୁନ, ବଲାଙ୍ଗୀରର (ଗନ୍ଧମାର୍ଦ୍ଦନ ପର୍ଵତ) ପରିମଳଗିରିଠାରେ

୧୦୧. ବିନ୍ଧ୍ୟାଟବୀ କହିଲେ କାହାକୁ ବୁଝାଏ?
ମୟୁରଭଞ୍ଜ, କେନ୍ଦୁଝର ଓ ସିଂହଭୂମି ଅନ୍ତର୍ଭୁକ୍ତ ଅଞ୍ଚଳ

୧୦୨. ଶତ୍ରୁଭଞ୍ଜ କାହାଙ୍କର ପୁତ୍ର ଅଟନ୍ତି?
ମହାରାଜା ମାଣ ଭଞ୍ଜ ଓ ମହାଦେଵୀ ଦମୟନ୍ତୀ

୧୦୩. ଶତ୍ରୁଭଞ୍ଜଙ୍କ ଲିଖିତ ଶିଳାଲେଖ କେଉଁଠୁ ମିଳିଥିଲା ଏହା କେଉଁ ଭାଷାରେ ଲିଖିତ ?
ଅସନପାଟ, ସଂସ୍କୃତ

୧୦୪. ଶତ୍ରୁଭଞ୍ଜଙ୍କ ପରେ କେଉଁ ଵଂଶ ସକ୍ରିୟ ହୋଇଥିଲେ ?
ଗୁପ୍ତ ଵଂଶ ଓ ଓଡ଼ିଶାରେ ମାଠର ଵଂଶ

୧୦୫. ୩୫୦ଖ୍ରୀଷ୍ଟାବ୍ଦରେ କିଏ ପାରଳାଖେମୁଣ୍ଡିର ଶ୍ରୀପୁରୀରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରିଥିଲେ ?
ଵିଶାଖ ଵର୍ମା ନାମକ ମାଠର ଵଂଶୀୟ ରାଜା

୧୦୬. ମାଠର ଵଂଶୀୟ ରାଜା ଵିଶାଖ ଵର୍ମାଙ୍କ ଉତ୍ତରାଧିକାରୀ କିଏ?
ଉମାଵର୍ମା

୧୦୭. ଉମାଵର୍ମାଙ୍କ ଉତ୍ତରାଧିକାରୀ କିଏ?
ଶଙ୍କର ଵର୍ମା

୧୦୮. ଶଙ୍କରଵର୍ମାଙ୍କ ଉତ୍ତରାଧିକାରୀ କିଏ?
ଶକ୍ତିଵର୍ମା (ଖ୍ରୀ ୪୭୦)

୧୦୯. କାଳିଦାସଙ୍କ ସମସାମୟିକ ରାଜା କିଏ ?
ଉମାଵର୍ମା

୧୧୦. ଶକ୍ତିଵର୍ମାଙ୍କୁ ମହାନଦୀ ଓ କୃଷ୍ଣାକେଶୀ ମଧ୍ୟଵାର୍ତ୍ତୀ ଅଞ୍ଚଳରେ ଶାସକ ରୂପେ କେଉଁଥିରେ ଵର୍ଣ୍ଣିତ ହୋଇଛି?
ନିଙ୍ଗୋଣ୍ଡି ତାମ୍ରଶାସନ

୧୧୧. ପ୍ରଭଞ୍ଜନ ଵର୍ମା (୪୮୦-୪୯୮)ଙ୍କ ଵେଳକୁ କଳିଙ୍ଗର ରାଜଧାନୀ କଅଣ ଥିଲା?
ଵର୍ଦ୍ଧମାନପୁର

Comments

Popular posts from this blog

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି