Posts

Showing posts from May, 2026

ଓଡ଼ିଆ ବ୍ୟାକରଣର 'ଏକପଦୀକରଣ'

ଓଡ଼ିଆ ବ୍ୟାକରଣର 'ଏକପଦୀକରଣ'   ବାକ୍ୟାଂଶ ଏକ ପଦ କରିବାର ଇଚ୍ଛା ଚିକୀର୍ଷା କରିବାକୁ ଇଚ୍ଛୁକ ଚିକୀର୍ଷୁ କହିବାର ଇଚ୍ଛା ବିବକ୍ଷା କହିବାକୁ ଇଚ୍ଛୁକ ବିବକ୍ଷୁ ଗ୍ରହଣ ବା ଲାଭ କରିବାର ଇଚ୍ଛା ଜିଘୃକ୍ଷା ଗ୍ରହଣ ବା ଲାଭ କରିବାକୁ ଇଚ୍ଛୁକ ଜିଘୃକ୍ଷୁ ମନେରଖନ୍ତୁ: ଇଚ୍ଛା ଅର୍ଥରେ ଶେଷରେ 'ଆ' (ଯଥା: ଚିକୀର୍ଷା) ବ୍ୟବହାର ହୁଏ । ଇଚ୍ଛୁକ (ବ୍ୟକ୍ତି) ଅର୍ଥରେ ଶେଷରେ 'ଉ' (ଯଥା: ଚିକୀର୍ଷୁ) ବ୍ୟବହାର ହୁଏ ।