Posts

Showing posts with the label Odia

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

 କାଵ୍ୟ ସାହିତ୍ୟର ପ୍ରାକ ପରମ୍ପରା ଆରମ୍ଭ କରିଥିଲେ: ଅର୍ଜୁନ ଦାସ, ମାର୍କଣ୍ଡ ଦାସ, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ ଚଉପଦୀ ଚନ୍ଦ୍ରର ରଚୟତା: ଉପେନ୍ଦ୍ର ଭଞ୍ଜ 'ରାଧାକୃଷ୍ଣ ଷୋଡ଼ଶା'ର ରଚୟତା: ଦିନମଣି 'ଚର୍ଚ୍ଚିକା ଜଣାଣ'ର ରଚୟତା: ଗୋଵିନ୍ଦ ରଥ 'ଅନାଦି ଅଵ୍ୟକତ ଅରୂପ ଠୁଳ'ର ରଚୟତା: କଵି ମୋହନ 'ସ୍ଵର ଷୋଡ଼ଶା'ର ରଚୟତା: ଚୂଡ଼ାମଣି ହରିଚନ୍ଦନ 'ଵକୁଳେଶ୍ଵର ଷୋଡ଼ଶା'ର ରଚୟତା: ଗଣେଶ୍ବର ଦାସ ଷୋଡ଼ଶାର ଅଗ୍ରସୂରୀ: ଉପେନ୍ଦ୍ର ଭଞ୍ଜ ଷୋଡ଼ଶା ସୃଷ୍ଟିର କାଳ: ଅଷ୍ଟାଦଶ ଶତାବ୍ଦୀ ଷୋଡ଼ଶା ରୀତି ସାହିତ୍ୟ ରଚନା ସମୟ (ଅଷ୍ଟାଦଶ ଶତାବ୍ଦୀର ମଧ୍ୟପାଦ)ରେ ଏକ ନୂଆ ଶୈଳୀ ଓଡ଼ିଆ ଗୀତି କଵିତା ସାହିତ୍ୟରେ ଦେଖିଵାକୁ ମିଳିଥିଲା । ଯାହାକୁ 'ଷୋଡ଼ଶା' ବୋଲି କୁହାଯାଏ । ଷୋହଳଟି ସ୍ଵର ଵର୍ଣ୍ଣକୁ ଆଦ୍ୟ ନିୟମରେ ରଖି ଯେଉଁ ଗୀତି କଵିତା ସୃଷ୍ଟି ହେଲା ତାହାକୁ ଷୋଡ଼ଶା ବୋଲି କୁହାଗଲା । ଏହାକୁ ଷୋଡ଼ଶେନ୍ଦୁ ମଧ୍ୟ କୁହାଯାଏ । ଏପରି ରୂପ ଅନ୍ୟ କୌଣସି ଭାରତୀୟ ପ୍ରାଦେଶିକ ଭାଷାରେ ଦେଖିଵାକୁ ମିଳେନାହିଁ । ଏହା ଓଡ଼ିଆ ଗୀତିକାଵ୍ୟର ଏକ ଅଭିନଵ ଆଙ୍ଗିକ ରୂପ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ନୂଆ ଶୈଳୀ ପ୍ରୟୋଗ କରିଥିଲେ । ତାଙ୍କର 'ଚଉପଦୀ ଚନ୍ଦ୍ର'ରେ ଏହି ରୂପ ଦେଖିଵାକୁ ମିଳେ ...