ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

 କାଵ୍ୟ ସାହିତ୍ୟର ପ୍ରାକ ପରମ୍ପରା ଆରମ୍ଭ କରିଥିଲେ:
ଅର୍ଜୁନ ଦାସ, ମାର୍କଣ୍ଡ ଦାସ, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ

ସାହିତ୍ୟ:

ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ



ଚଉପଦୀ ଚନ୍ଦ୍ରର ରଚୟତା:
ଉପେନ୍ଦ୍ର ଭଞ୍ଜ
'ରାଧାକୃଷ୍ଣ ଷୋଡ଼ଶା'ର ରଚୟତା:
ଦିନମଣି
'ଚର୍ଚ୍ଚିକା ଜଣାଣ'ର ରଚୟତା:
ଗୋଵିନ୍ଦ ରଥ
'ଅନାଦି ଅଵ୍ୟକତ ଅରୂପ ଠୁଳ'ର ରଚୟତା:
କଵି ମୋହନ
'ସ୍ଵର ଷୋଡ଼ଶା'ର ରଚୟତା:
ଚୂଡ଼ାମଣି ହରିଚନ୍ଦନ
'ଵକୁଳେଶ୍ଵର ଷୋଡ଼ଶା'ର ରଚୟତା:
ଗଣେଶ୍ବର ଦାସ
ଷୋଡ଼ଶାର ଅଗ୍ରସୂରୀ:
ଉପେନ୍ଦ୍ର ଭଞ୍ଜ

ଷୋଡ଼ଶା ସୃଷ୍ଟିର କାଳ:
ଅଷ୍ଟାଦଶ ଶତାବ୍ଦୀ

ଷୋଡ଼ଶା

ରୀତି ସାହିତ୍ୟ ରଚନା ସମୟ (ଅଷ୍ଟାଦଶ ଶତାବ୍ଦୀର ମଧ୍ୟପାଦ)ରେ ଏକ ନୂଆ ଶୈଳୀ ଓଡ଼ିଆ ଗୀତି କଵିତା ସାହିତ୍ୟରେ ଦେଖିଵାକୁ ମିଳିଥିଲା । ଯାହାକୁ 'ଷୋଡ଼ଶା' ବୋଲି କୁହାଯାଏ । ଷୋହଳଟି ସ୍ଵର ଵର୍ଣ୍ଣକୁ ଆଦ୍ୟ ନିୟମରେ ରଖି ଯେଉଁ ଗୀତି କଵିତା ସୃଷ୍ଟି ହେଲା ତାହାକୁ ଷୋଡ଼ଶା ବୋଲି କୁହାଗଲା । ଏହାକୁ ଷୋଡ଼ଶେନ୍ଦୁ ମଧ୍ୟ କୁହାଯାଏ । ଏପରି ରୂପ ଅନ୍ୟ କୌଣସି ଭାରତୀୟ ପ୍ରାଦେଶିକ ଭାଷାରେ ଦେଖିଵାକୁ ମିଳେନାହିଁ । ଏହା ଓଡ଼ିଆ ଗୀତିକାଵ୍ୟର ଏକ ଅଭିନଵ ଆଙ୍ଗିକ ରୂପ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ନୂଆ ଶୈଳୀ ପ୍ରୟୋଗ କରିଥିଲେ । ତାଙ୍କର 'ଚଉପଦୀ ଚନ୍ଦ୍ର'ରେ ଏହି ରୂପ ଦେଖିଵାକୁ ମିଳେ ।
ଉଦାହରଣ: ଇତର ସ୍ନେହୀ । ଇନ୍ଦ୍ରମୁଖି ନୋହି ।
ଇତସ୍ତତ ହେଵ ମୋର ଦୁଃଖ ଶୁଣି ସେହି । ଘୋଷା ।

ଉପେନ୍ଦ୍ର ଭଞ୍ଜ, ଗୋଵିନ୍ଦ ରଥ, କଵି ମୋହନ, କଵି ଦିନମଣି, ଚୂଡ଼ାମଣି ହରିଚନ୍ଦନ ଓ ଗଣେଶ୍ବର ଦାସ ପ୍ରମୁଖ ଷୋଡ଼ଶା ରଚନା କରିଥିଲେ । ସଂଖ୍ୟା ଦୃଷ୍ଟିରୁ ଏହା ଖୁବ କମ ଓ ଅନେକ କଵିତା ଏଵେ ଦୁଷ୍ପ୍ରାପ୍ୟ ।

ଵିଭାଗୀକରଣ / କେଉଁ ଵିଷୟକୁ ନେଇ ରଚନା:
ପ୍ରାୟତଃ ଏହା ଈଶ୍ୱର ସ୍ତୁତି ଵା ଵନ୍ଦନା, ଜଣାଣ, ଵିରହାତ୍ମକ ଓ ଶୃଙ୍ଗାର ରସାତ୍ମକ । ସ୍ତୁତି ଓ ଵନ୍ଦନାକୁ ଉପଜିଵ୍ୟ କରି ଷୋଡ଼ଶା ଗଢ଼ିଉଠିଥିଲା ବୋଲି କେତେକ ମତ ଦିଅନ୍ତି । ଉପେନ୍ଦ୍ର ଭଞ୍ଜଙ୍କ 'ଚଉପଦୀ ଚନ୍ଦ୍ର' ହେଉଛି ଶୃଙ୍ଗାର ରସାତ୍ମକ । ଏହା ଵିରହ ଭାଵନା, ପ୍ରାପ୍ତିଇଚ୍ଛା, ପ୍ରୀତି ପ୍ରଶଂସା, ପଶ୍ଚାତପ, ଵିରହୋତ୍କଣ୍ଠା ଓ ପୁନର୍ମିଳନ ଆଦି ଶୃଙ୍ଗାର ଭାଵନାକୁ ଆଧାର କରି ରଚିତ ହୋଇଛି ।

ଉଦାହରଣ:
"ଆହା ମୋ ଆଜନ୍ମ ସୁଖୀ । ଆଜ ଯାଏ ସ୍ୱପ୍ନେ ଦୁଃଖ ନାହିଁ ଦେଖି । ପଦ । ଆଣ୍ଟେ ନଖକ୍ଷତ କଲେ ଯେ ନସହି। ଆଳିକି ହେଲାକି ଦଣ୍ଡ ଏଵେ ସେ କୋମଳପିଣ୍ଡ ସହିଵ ଫୁଲ କୋଦଣ୍ଡ କାଣ୍ଡ କେହି । ୧ ।"



ଚଉତିଶା
ଵ୍ୟଞ୍ଜନ ଵର୍ଣ୍ଣ 'କ'ଠାରୁ 'କ୍ଷ' ପର୍ଯ୍ୟନ୍ତ ଚଉତିରିଶଟି ଵର୍ଣ୍ଣକୁ କ୍ରମାନ୍ବୟରେ ପଦର ପ୍ରତ୍ୟେକ ଚରଣର ଆଦ୍ୟରେ ଵ୍ୟଵହାର କରି ଯେଉଁ ରଚନା ରଚିତ ହୁଏ, ତାହାକୁ ଚଉତିଶା କୁହାଯାଏ । ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ମତରେ ଚଉତିଶାଗୁଡ଼ିକୁ ସଂକ୍ଷିପ୍ତ ମାତୃକା ପ୍ରବନ୍ଧ ଵା ଵ୍ୟଞ୍ଜନ ପ୍ରବନ୍ଧ ଵା ଚଉତିଶା ପ୍ରବନ୍ଧ ନାମରେ ନାମିତ କରାଯାଇପାରେ । ଓଲଟା ଚଉତିଶାର ଓଲଟା ଵ୍ୟଞ୍ଜନ ଵର୍ଣ୍ଣର କ୍ରମ ଦେଖିଵାକୁ ମିଳେ । ଭୀମଭୋଇ ଏଭଳି କିଛି ଚଉତିଶା ରଚନା କରିଛନ୍ତି । ଓଡ଼ିଆ ଵର୍ଣ୍ଣମାଳାର ପ୍ରଥମ ଵ୍ୟଞ୍ଜନ ଵର୍ଣ୍ଣ 'କ' ପରେ ଶେଷ ଵ୍ୟଞ୍ଜନ ଵର୍ଣ୍ଣ 'କ୍ଷ', ତାପରେ ଦ୍ଵିତୀୟ ଵର୍ଣ୍ଣ 'ଖ' ୩୩ଶ ସଂଖ୍ୟକ ଵର୍ଣ୍ଣ 'ହ' - ଏହିପରି କ୍ରମରେ ପ୍ରତି ଚରଣର ଆଦ୍ୟରେ ଵର୍ଣ୍ଣ ଵିନ୍ୟାସ ନୀତି ଅନୁସରଣ କରି ଚଉତିଶା ରଚିତ ହେଲେ ତାହାକୁ 'ମେଷ ଯୁଦ୍ଧ ଚଉତିଶା' କୁହନ୍ତି । ଶ୍ୟାମଘନଙ୍କ 'ମେଷ ଯୁଦ୍ଧ ଚଉତିଶା' ଏହାର ଏକ ଉଦାହରଣ ।

କଳସା ଚଉତିଶା ସୃଷ୍ଟି:
ସାରଳା ସାହିତ୍ୟର ପୂର୍ଵର (ଆର୍ତ୍ତାବଲ୍ଲଭ ମହାନ୍ତିଙ୍କ ମତରେ ସମର୍ଥନ କରିଛନ୍ତି ଵଂଶୀଧର ମହାନ୍ତି, ସୂର୍ଯ୍ୟନାରାୟଣ ଦାସ, ମାୟାଧର ମାନସିଂହ, ପଠାଣି ପଟ୍ଟନାୟକ, ସୁରେନ୍ଦ୍ର କୁମାର ମହାରଣା)
ସାରଳା ସାହିତ୍ୟ ସମସାମୟିକ ଵା ପରଵର୍ତ୍ତୀ (କୁଞ୍ଜଵିହାରୀ ତ୍ରିପାଠୀଙ୍କ ମତରେ)
କଳସା ଚଉତିଶାର ରଚୟତା:
ବଚ୍ଛା ଦାସ
'ଆର୍ତ୍ତତ୍ରାଣ ଚଉତିଶା'ର ରଚୟତା:
ଦୀନକୃଷ୍ଣ
ଯମକରାଜ ଚଉତିଶା'ର ରଚୟତା:
ଉପେନ୍ଦ୍ର ଭଞ୍ଜ
'ଋଷିକୂଲ୍ୟା ଚଉତିଶା'ର ରଚୟତା:
ରାମ ଦାସ
ଚିତ ଆରତ ଚଉତିଶା ରଚୟତା:
ଅଚ୍ୟୁତାନନ୍ଦ ଦାସ
'କୃଷ୍ଣକଳା ଚଉତିଶା'ର ରଚୟତା

'କୁସୁମ ସମୟ କାଳେ'ର ରଚୟତା:
ନରସିଂହ ସେଣ
'ଶ୍ରୀ ବୋଲି ଚଉତିଶା'ର ରଚୟତା:
କହ୍ନାଇ
'ସୀତାନୁଚିନ୍ତା ଚଉତିଶା'ରଚୟତା:
ମଙ୍ଗରାଜ

ଚଉତିଶାର ଵୈଶିଷ୍ଟ୍ୟ:
ଓଡ଼ିଆ ସାହିତ୍ୟର ଇତିହାସ(୧ଭାଗ)ରେ ଅଧ୍ୟାପକ ଵଂଶୀଧର ମହାନ୍ତି ଓଡ଼ିଆ ଚଉତିଶାର ଵୈଶିଷ୍ଟ୍ୟ ସମ୍ପର୍କରେ ଲେଖିଛନ୍ତି, "ଵେଳେଵେଳେ ଚଉତିଶାରେ 'ଖ' ଵର୍ଣ୍ଣ ସ୍ଥଳରେ 'କ୍ଷ' ଵା 'ଛ' ଵ୍ୟଵହୃତ ହୋଇଥାଏ । ସାଧାରଣତଃ 'ଙ' ସ୍ଥଳରେ 'ନ', 'ଛ' ସ୍ଥଳରେ 'କ୍ଷ' ଓ 'ଖ', 'ଞ' ସ୍ଥାନରେ 'ନ' ଵା 'ଉଆ', 'ଣ' ସ୍ଥାନରେ 'ଅ' ଵା 'ନ' ଓ 'କ୍ଷ' ସ୍ଥାନରେ 'ଛ' ଵ୍ୟଵହୃତ ହୋଇଥାଏ । ପ୍ରାଚୀନ ଓଡ଼ିଆ ଚଉତିଶାରେ 'ଜ' ଓ 'ଯ' ଏଵଂ 'ଶ', 'ଷ', 'ସ'ର ଵ୍ୟଵହାରରେ ସେମିତି ନିର୍ଦିଷ୍ଟତା କିଛି ନାହିଁ ।କଵି ସ୍ଵଇଚ୍ଛା ଅନୁସାରେ ତିନିଗୋଟି 'ସ' ଓ ଗୋଟିଏ 'ଜ' ଵ୍ୟଵହାର କରିଥାନ୍ତି ।"

ଭାରତର ଅନ୍ୟ ଭାଷାରେ ଚଉତିଶା
ବଙ୍ଗଳାରେ 'ଚାନ୍ଦ ଦାସେର କାଳତେରୁର ଚୌତିଶା' ,ଦେଵଦାସ ସେନଙ୍କର 'ଶ୍ରୀମନ୍ତେର ଚଉତିଶା', ଗଙ୍ଗାରାମ କୃତ 'ଗଙ୍ଗାର ଚଉତିଶା', ଏହା ବ୍ୟତୀତ ଜ୍ଞାନ ଚଉତିଶା, ରାଧାର ଚଉତିଶା ଵା ରାଧାର ବାରମାସୀ ଓ ଶ୍ରୀକୃଷ୍ଣ ଚଉତିଶା ପ୍ରଭୃତି ରଚନା ମିଳେ ।
ହିନ୍ଦୀ ସାହିତ୍ୟରେ ସନ୍ଥ କବୀରଙ୍କର 'ଚୌନ୍ତିଶା' ମଧ୍ୟ ରହିଛି ।
କବୀରଙ୍କ ଅନୁସରଣରେ ଆସାମର ଵୈଷ୍ଣଵ କଵି ଶଙ୍କର ଦେଵ ଆସାମୀ ଭାଷାରେ ଚଉତିଶା ରୀତିରେ ଲେଖା ଆରମ୍ଭ କରିଥିଲେ ।
ଆରବୀ ,ପାର୍ସି, ଉର୍ଦ୍ଦୁରେ ଏପରି ରଚନାକୁ 'ଦିବାନ' କୁହାଯାଏ ।
ସଂସ୍କୃତ ଓ ଇଂରାଜୀରେ ମଧ୍ୟ ଦେଖିଵାକୁ ମିଳେ । ତେଣୁ ଓଡ଼ିଆର ଏଭଳି ଚଉତିଶା ସମ୍ପୂର୍ଣ୍ଣ ଅଭିନଵ ବୋଲି କୁହାଯାଇପାରିଵନାହିଁ ।

ଚଉତିଶାର ପ୍ରକାର:
(ଲୋକପ୍ରିୟ ଚଉତିଶା: କଳସା, କୋଇଲି, କଳାକାଳେଵର ଓ ମନବୋଧ ଚଉତିଶା)
ଅଧ୍ୟାପକ ଵଂଶୀଧର ମହାନ୍ତି ଓଡ଼ିଆ ଚଉତିଶାକୁ ୮ ଭାଗରେ ଵିଭକ୍ତ କରିଛନ୍ତି । ସନ୍ଦେଶ ମୂଳକ, ଜଣାଣ ଵା ସ୍ତୁତି ମୂଳକ, ମିଳନ ଓ ଵିରହ ମୂଳକ, ଵର୍ଣ୍ଣନା ମୂଳକ, ଆଳଙ୍କାରିକ, ଶୋକ ଓ ଵିଳାପ ମୂଳକ, ଵୈରାଗ୍ୟ ମୂଳକ ।ଅନ୍ୟମାନେ ଶୃଙ୍ଗାର, ଚିଟାଉ ଓ ଵିଵିଧ ଭାଗରେ ଚଉତିଶାକୁ ନାମକରଣ କରିଛନ୍ତି ।





କେଶଵ କୋଇଲିର ରଚୟତା:
ମାର୍କଣ୍ଡ ଦାସ




Comments

Popular posts from this blog

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 1

Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି