"ଜନଗଣମନ" କ'ଣ ସତରେ ଭାରତ ମାତୃଭୂମିର ଵନ୍ଦନା?
"ଜନଗଣମନ" କ'ଣ ସତରେ ଭାରତ ମାତୃଭୂମିର ଵନ୍ଦନା?
ଆସନ୍ତୁ ଵିଶିଷ୍ଟ କଵି ରବୀନ୍ଦ୍ରନାଥ ଠାକୁରଙ୍କ ଦୁଇଟି ଅମର ସୃଷ୍ଟିର ତୁଳନା କରି ଭାରତର ଜାତୀୟ ସଙ୍ଗୀତ ଜନଗଣମନର ପ୍ରକୃତ ଅର୍ଥ ଉପରେ ଆଲୋଚନା କରିଵା।
ପରିଦୃଶ୍ୟ ୧:
'ଆମାର ସୋନାର ବାଂଲା'
୧୯୦୫ ମସିହାରେ ରବୀନ୍ଦ୍ରନାଥ ଠାକୁର ଆମାର ସୋନାର ବାଂଲା ରଚନା କରିଥିଲେ। ଏହି ୧୦ ଧାଡ଼ିର ଗୀତରେ ବଙ୍ଗ ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜନସାଧାରଣଙ୍କର ମାଟି ପ୍ରତି ଅନୁରାଗକୁ ଅତି ସୁନ୍ଦର ଭାବେ ଵର୍ଣ୍ଣନା କରାଯାଇଛି। ଏଥିରେ ସେ ବଙ୍ଗକୁ "ମା" ବୋଲି ସମ୍ବୋଧନ କରି ୮ ଥର "ମା" (ସ୍ତ୍ରୀ ଵାଚକ) ଶବ୍ଦ ଵ୍ୟଵହାର କରିଛନ୍ତି। ମାତୃଭୂମି ପ୍ରତି ଏହିପରି ଭାଵପୂର୍ଣ୍ଣ ସମ୍ବୋଧନ ସାଧାରଣତଃ ଦେଖାଯାଏ। ୧୯୭୧ ମସିହାରେ ଏହି ଗୀତଟି ବାଂଲାଦେଶର ଜାତୀୟ ସଙ୍ଗୀତ ଭାଵେ ଗୃହୀତ ହୋଇଥିଲା।
ପରିଦୃଶ୍ୟ ୨:
'ଜନଗଣମନ'
୧୯୧୧ ମସିହାରେ ରବୀନ୍ଦ୍ରନାଥ ଜନଗଣମନ ରଚନା କରିଥିଲେ, ଯେଉଁଥିରେ "ଭାରତ ଭାଗ୍ୟଵିଧାତା" ଓ "ଅଧିନାୟକ"ଙ୍କ ଵିଷୟରେ ଵର୍ଣ୍ଣନା ରହିଛି। ଗୀତରେ ଭାରତର ପୂର୍ଵ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ଜନସାଧାରଣ ଏହି "ଅଧିନାୟକ"ଙ୍କୁ ସମ୍ମାନ ଜଣାଉଛନ୍ତି ବୋଲି ପ୍ରତୀତ ହୁଏ। ରାଜା ଜର୍ଜ ପଞ୍ଚମ ଓ ରାଣୀ ମେରୀଙ୍କ ଭାରତ ଗସ୍ତ ସମୟରେ ଜାତୀୟ କଂଗ୍ରେସର ଏକ ସଭାରେ ଏହି ଗୀତ ଉପସ୍ଥାପନ କରାଯାଇଥିଲା। ୧୯୫୦ ମସିହାରେ ଏହାର ପ୍ରଥମ ଏକତୃତୀୟାଂଶ ଭାରତର ଜାତୀୟ ସଙ୍ଗୀତ ଭାଵେ ଘୋଷିତ ହୋଇଥିଲା।
ସମୀକ୍ଷା:
ଏକ କଵିଙ୍କ ଦୁଇଟି ସୃଷ୍ଟି ମଧ୍ୟରେ ଏକ ଗଭୀର ତାରତମ୍ୟ ଦେଖାଯାଏ। ଆମାର ସୋନାର ବାଂଲାର ୧୦ ଧାଡ଼ିରେ ୮ ଥର "ମା" ସମ୍ବୋଧନ କରାଯାଇ ମାତୃଭୂମି ପ୍ରତି ଗଭୀର ଶ୍ରଦ୍ଧା ପ୍ରକାଶ କରାଯାଇଛି। କିନ୍ତୁ ଜନଗଣମନରେ ଥରେ ମଧ୍ୟ "ମା" ଶବ୍ଦ ବା ଭାରତକୁ ମାତୃଭୂମି ଭାଵେ ସମ୍ବୋଧନ କରାଯାଇ ନାହିଁ। ଏଥିରେ "ଅଧିନାୟକ" ଓ "ଭାଗ୍ୟଵିଧାତା" (ପୁରୁଷଵାଚକ) ଶବ୍ଦ ଵ୍ୟଵହାର ହୋଇଛି, ଯାହା ଭାରତ ମାତୃଭୂମି ନୁହେଁ, ଵରଂ କୌଣସି ଅଜଣା ନେତା ଵା ଭାଗ୍ୟ ନିୟନ୍ତ୍ରକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ହେଉଛି ।
ତେବେ, ପ୍ରଶ୍ନ ଉଠୁଛି: ଜନଗଣମନ କଅଣ ସତରେ ଭାରତ ମାତୃଭୂମିର ଵନ୍ଦନା? ନା ଏହା କୌଣସି ଅନାମଧେୟ "ଅଧିନାୟକ" ବା "ଭାଗ୍ୟଵିଧାତା"ଙ୍କ ଜୟଗାନ? ଇଂରେଜ ଶାସନରୁ ସ୍ୱାଧୀନତା ପାଇଵା ପରେ ମଧ୍ୟ କଅଣ ଆମେ ଭାରତର ଵନ୍ଦନା ନାଁରେ ଅଜଣା କାହାର ଗୁଣଗାନ ଗାଉଛୁ?
ଏହା ଉପରେ ଚିନ୍ତା କରିଵାର ସମୟ ଆସିଛି। ଆମେ ଗର୍ଵର ସହ ଗାଉଥିଵା ଏହି ଗୀତର ପ୍ରକୃତ ଅର୍ଥ କଅଣ? ଆସନ୍ତୁ ଆଲୋଚନା କରିଵା ଓ ସତ୍ୟକୁ ଅନୁସନ୍ଧାନ କରିଵା। 🇮🇳
🙏ଭାରତ ମାତାଙ୍କର ଜୟ 🙏
Comments
Post a Comment