ପଞ୍ଚସଖା, ସାରଳା ଦାସ ଓ ସାରଳା ମହାଭାରତ ସମୀକ୍ଷା
୧. ସାରଳା ମହାଭାରତର କିଛି ବିଶେଷତ୍ୱ:
• ସାରଳା ଦାସଙ୍କ ମୌଳିକ ସୃଷ୍ଟି
• ଚତୁର୍ଦ୍ଦଶ ଶତାବ୍ଦୀର ଆଦ୍ୟଭାଗରେ ସୃଷ୍ଟି
• ଆଞ୍ଚଳିକ ଭାଷାରେ ରଚିତ ପୂର୍ଣ୍ଣାଙ୍ଗ ଗ୍ରନ୍ଥ
• ସଂସ୍କୃତର ଆକ୍ଷରିକ ଅନୁଵାଦ ନୁହେଁ, ଵରଂ ତାହାର ଛାୟାରେ ରଚିତ ।
•
ମହାଭାରତ ଚରିତ୍ରଗୁଡ଼ିକ ଓଡ଼ିଶାର ଜୀଵନ ଶୈଳୀ ଅନୁସାରେ ଚିତ୍ରିତ । ସାରଳା ଦାସ
ସଂସ୍କୃତର ବହୁ ପ୍ରସିଦ୍ଧ କଥାକୁ ସାମାଜିକ ଆଵଶ୍ୟକତା ଦୃଷ୍ଟିରୁ ପରିଵର୍ତ୍ତନ
କରିଛନ୍ତି ।
• ଓଡ଼ିଆ ଜନ ଜୀଵନର ଏକ ଚାରୁ ଚିତ୍ରଶାଳା । ଆଞ୍ଚଳିକ ସଂସ୍କୃତି, ସ୍ୱାତନ୍ତ୍ର୍ୟର ପରିଚୟ ମିଳେ ।
• ଏହାର ଅନୁକରଣରେ ପରଵର୍ତ୍ତୀ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଵା ଲକ୍ଷ୍ୟ କରାଯାଏ ।
୨. ପଞ୍ଚସଖା ଓ ତାଙ୍କର ସୃଷ୍ଟି
ଜଗନ୍ନାଥ ଦାସ - ଭାଗଵତ
ଅଚ୍ୟୁତାନନ୍ଦ ଦାସ - ହରିଵଂଶ
ବଳରାମ ଦାସ ଜଗମୋହନ ରାମାୟଣ
ଅନନ୍ତ -
ଯଶୋଵନ୍ତ -
୩. 'ପରମ ଶାସ୍ତ୍ର ଭାଗଵତ । ଅଭ୍ୟାସ କରୁଥିଵ ନିତ୍ୟ ।' କେଉଁଠାରୁ ଉଦ୍ଧୃତ ?
ଅଚ୍ୟୁତାନନ୍ଦଙ୍କ ହରିଵଂଶ ଗ୍ରନ୍ଥରୁ
୪. ସାରଳା ମହାଭାରତ (ଦୀର୍ଘ ଉତ୍ତର ମୂଳକ ପାଇଁ)
• ସାରଳା ଦାସ ତତ୍କାଳୀନ ଘୋର ଭ୍ରଷ୍ଟାଚାର କଵଳିତ ଓଡ଼ିଆ ସମାଜ ଜୀଵନକୁ ଯୌନ ଵ୍ୟଭିଚାରର ଅତଳ ପଙ୍କରୁ ଉଦ୍ଧାର କରିଵାକୁ ଚାହିଁଥିଲେ ।
• ବ୍ରାହ୍ମଣଙ୍କ ଵିଷୟ:
ସାରଳା
ଦାସ ଲକ୍ଷ୍ୟ କରିଥିଲେ ଯେ, ବ୍ରାହ୍ମଣ ସମାଜ ଉପରେ ଯଦିଓ ଆଦର୍ଶ ସମାଜ ଗଠନର ଦାୟିତ୍ୱ
ନ୍ୟସ୍ତ, ତଥାପି ସେମାନଙ୍କ ମଧ୍ୟରେ ଅନେକ କୁସଂସ୍କାର ପ୍ରଵେଶ କରିଯାଇଛି । ତେଣୁ
ବ୍ରାହ୍ମଣ ସମାଜକୁ ପ୍ରତିସ୍ଥଳରେ ସମାଲୋଚନା କରିଅଛନ୍ତି ।
• ଏଥିରେ ବାଲ୍ୟ ଵିଵାହ ପ୍ରଥାକୁ ସମାଲୋଚନା ଓ ଵିରୋଧ କରିଛନ୍ତି ।
• ଶଶିକର ଵିପ୍ର'ଙ୍କ ପତ୍ନୀ ଶ୍ରୀୟା (କନ୍ୟାକୁ ଜଳରେ ଭସାଇଥିଲେ)
ଵାମଦେଵ ଵିପ୍ର ପତ୍ନୀ
ମଧୁଶ୍ରଵଣ ଵିପ୍ର'ଙ୍କ ପତ୍ନୀ କୁରଞ୍ଜନୀ (ଶୁଦ୍ର ଶାସେକ ଔରସରୁ ପୁତ୍ର - ନେଇ ଅରଣ୍ୟରେ ଵାସ କରିଥିଲେ)
• କ୍ଷତ୍ରିୟ ନାରୀଙ୍କ ସ୍ୱାଧୀନତା:
ବର ନିର୍ଵାଚନରେ ସ୍ୱାଧୀନତା
ଯୁଵତୀ ଵୟସରେ ଵିଵାହ କରୁଥିଲେ
ଵିଵାହ ପୂର୍ଵରୁ ଗୋପନରେ ପ୍ରିୟ ସହ ମିଶିଵାରେ ବାଧା ନଥିଲା
ଵୃଦ୍ଧାସହଚରୀମାନେ ଗୋପନ ଅଭିସାରରେ ପ୍ରଭୁତ ସହଯୋଗ କରୁଥିଲେ ।
ଵିଵାହ ପୂର୍ଵରୁ ଗୋପନରେ ଅଙ୍ଗସୁଖ ସମାଜରେ ନିନ୍ଦନୀୟ ତେଣୁ
ଚନ୍ଦ୍ରାଵତୀ - ଶାମ୍ବ, ଉଷା - ଅନିରୁଦ୍ଧ, ସୁଭଦ୍ରା - ଅର୍ଜୁନ ପ୍ରାକ ଵିଵାହ
ପ୍ରେମରେ ଅଙ୍ଗସଙ୍ଗ ଵୃତ୍ତାନ୍ତ ଥିଵାରୁ ତାହାର ନିନ୍ଦା କରି କନ୍ୟା ଦୂଷିତା ବୋଲି
ଅଭିହିତ କରିଥିଲେ ।
• ଋତୁମତୀ କନ୍ୟା ଵିଷୟ:
ଵିଵାହ ପୂର୍ଵରୁ ଋତୁମତୀ ଆଦର୍ଶ
ନୀତି । ଗାନ୍ଧାର ରାଜା ଵ୍ୟାସଙ୍କୁ କହିଥିଲେ, କନ୍ୟା ପିତାଙ୍କ ଘରେ ରାଜୋବତୀ ହେଲେ
ତାହାର ଶୋଣିତ ପିତୃଗଣ ପାନ କରନ୍ତି । ତପତିର ଵିଵାହ ଵେଳେ ଆଦିତ୍ୟ କହିଛନ୍ତି -
ଦୋହିତା ପିତା ଘରେଣ ହୋଇଲେ ରଜବତୀ । ପିତୃଲୋକମାନେ ଯେ ହୁଅନ୍ତି ନର୍କଗତି ।
• ବରପାତ୍ର ଚୟନ:
ଵିଵାହ ନିମିତ୍ତ କୁଳ, ଶୀଳ ମାନ ମର୍ଯ୍ୟାଦା ପ୍ରତି ଧ୍ୟାନ ରଖି ବର ନିର୍ଣ୍ଣୟ ହୁଏ । ରାଜ ପରିଵାରରେ କନ୍ୟାର ମତ ଉପରେ ନିର୍ଭର କରୁଥିଲା ।
ହାରାଵତୀ, ଉଷା, ସୁଭଦ୍ରା ପ୍ରଭୃତି ନିଜର ବର ଚୟନ କରିଥିଲେ ।
ଵର କନ୍ୟାଙ୍କର ଲକ୍ଷଣ ନିର୍ଣ୍ଣୟ କରି ପିତା ସେହି ଲକ୍ଷଣ ଵିଶିଷ୍ଟ ପାଇଁ ଅନ୍ୱେଷଣ କରୁଥିଲେ ।
ଭାନୁମତୀ ସ୍ୱୟଂମ୍ବରରେ ଆଗରୁ ସ୍ଥିର କରିଥିଲେ ଯେ, ଯାହାର ହସ୍ତରେ ଶଙ୍ଖନିଧି ଥିଵ, ତାହାକୁ ସେ ଵରଣ କରିଵେ ।
• ପୁରୁଷ ଓ ନାରୀ:
ଉଭୟଙ୍କୁ ନେଇ ସମାଜ ସୃଷ୍ଟି । ଉତଶୃଙ୍ଖଳ ଜୀଵନ ଯାପନ ଅନୁଚିତ । ଵିଵାହ ପରେ ଶୃଙ୍ଗାର
ବଞ୍ଚାଇଵା ଓ ଦିନ ଵାର ନମାନି ଶୃଙ୍ଗାରରେ ଲିପ୍ତ ହେଵା ଦୋଷାଵହ । ସରଳ ଜୀଵନ ଯାପନ
କରିଵା ଉଚିତ ।
• ପୁତ୍ରର ମହତ୍ବ:
ଯେତେ ପାପ କଲେ ମଧ୍ୟ ପୁତ୍ରଵାନ ଵ୍ୟକ୍ତି
ଯମଦ୍ୱାରରେ ଦଣ୍ଡିତ ହୁଏନି ବୋଲି ଲୋକ ଵିଶ୍ଵାସ ଥିଲା । ଅଗ୍ନିକ ଋଷିଙ୍କ ପୁତ୍ର
ନଥିଵାରୁ ଯମ ତାହାଙ୍କୁ ପୁନର୍ଵାର ସଂସାରକୁ ପ୍ରେରଣ କରିଥିଲେ । ସତ୍ୟାଵତୀ
କୁନ୍ତୀ, ଅମ୍ବିକା, ଅମ୍ବାଳିକା, ନୀଳା, ଶ୍ୟାମଳା ଓ ରତ୍ନାଵତୀ ପ୍ରଭୃତି ନାରୀମାନେ
ସୌରିଣୀ ଓ ବହୁଵଲ୍ଲଭା ହେଲେ ହେଁ ମାତୃତ୍ୱର ମହିମାରେ ସେମାନେ ଗରଵିଣୀ ଥିଲେ ।
ପର ପୁରୁଷ ମିଳନ:
ସୁସ୍ଥ ସମାଜ ଗଠନରେ ପୁରୁଷ ଅପେକ୍ଷା ନାରୀର ଭୂମିକା ଅଧିକ । ବିବାହ ପରେ ପରପୁରୁଷ ଗ୍ରହଣ ଏକ
ଗର୍ହିତ କାର୍ଯ୍ୟ । ସଂସ୍କୃତ ମହାଭାରତରେ କୁହାଯାଇଛି ଯେ, ସୋମବଂଶର ରକ୍ଷାପାଇଁ ଅମ୍ବିକା, ଅମ୍ବାଳିକା, କୁନ୍ତି
ଓ ମାଦ୍ରି ପ୍ରଭୃତି ନାରୀମାନେ ପରପୁରୁଷ ସହ ମିଶି ସନ୍ତାନ ଉତ୍ପତ୍ତି କରିଛନ୍ତି । କିନ୍ତୁ ସାରଳା ଦାସ ଏହି ପରପୁରୁଷ
ଗ୍ରହଣକୁ ଆଦୌ ଗ୍ରହଣ କରି ପାରିନାହାନ୍ତି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ସେ ନିଜର ସ୍ୱାତନ୍ତ୍ର୍ୟ ବିଚାର କରି
କଥାକୁ ନୂଆ ରୂପ ଦେଇଛନ୍ତି । ପ୍ରତ୍ୟେକ ପ୍ରସଙ୍ଗରେ ସେ ନାରୀର କର୍ମ ଓ ଅକର୍ମର ବିଚାର କରିଛନ୍ତି ଓ
ସେମାନଙ୍କ ନିଷ୍ଠା ଓ ପବିତ୍ରତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ତେଣୁ ସେ ବ୍ୟାସଙ୍କ ସହ ମିଳିତ
ହେବାପରେ ଅମ୍ବିକାର ମୃତ୍ୟୁ ଏବଂ ଅମ୍ବାଳିକାର ପ୍ରୟାଗରେ ଝାସ ପ୍ରଭୃତି ପରପୁରୁଷ ମିଳନ ଜନିତ ପାପର
ପରିଣାମ ବର୍ଣ୍ଣନା ମାଧ୍ୟମରେ ସମାଜକୁ ନୂତନ ଆଦର୍ଶ ଦେଖାଇଛନ୍ତି । କୁନ୍ତୀ ଓ ମାଦ୍ରୀଙ୍କୁ ଏହି ପାପରୁ ମୁକ୍ତ
କରିବା ପାଇଁ ଦେବତାଙ୍କ ସହ ମିଳିତ ହେଲେ ନାରୀ ଅସତୀ ହୁଏ ନାହିଁ ବୋଲି ଊଲ୍ଲେଖ କରିଛନ୍ତି ।
ସାରଳା ଦାସ ସମାଜରେ ଦେଖାଯାଇଥିବା ସପତଣୀ ସୁଲଭ ହିଂସା ଓ କଳହର ଚିତ୍ର ଅତି ସୁନ୍ଦର
ଭାବରେ ବର୍ଣ୍ଣନା କରିଅଛନ୍ତି । କାରଣ, ଏହା ସମାଜରେ ନିନ୍ଦନୀୟ ହେଇଥିଲା । ରାଜସୂୟ ଯଜ୍ଞରେ ହିଡ଼ିମ୍ବୀର
ଗର୍ଭଜାତ ପୁତ୍ର ଘଟୋତ୍କଚ ପଞ୍ଚୁପାଣ୍ଡବଙ୍କୁ ଯଥାବିଧି ପ୍ରଣାମ କରିବାପରେ ଦ୍ରୌପଦୀଙ୍କୁ ନମସ୍କାର ନକରିବାରୁ
କୁପିତା ଦ୍ରୌପଦୀ ଏବଂ ହିଡ଼ିମ୍ବା ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା । ଏହା ସାରଳାଙ୍କ ସମୟରେ ଓଡ଼ିଶାର
ଗାଁ ଗହଳରେ ସପତ୍ନୀ କଳହର ଚିତ୍ର ସ୍ମରଣ କରାଇଦିଏ । ଆହୁରି ମଧ୍ୟ କୁନ୍ତୀ-ଗାନ୍ଧାରୀଙ୍କ ଶିବ ପୂଜା ପ୍ରସଙ୍ଗରେ
ଦୁଇ ଭ୍ରାତୃଜାୟାଙ୍କ ମଧ୍ୟରେ ଯେଉଁ କଳହ ହେଇଥିଲା ତାହା ମଧ୍ୟ ସାମାଜିକ ଚଳଣିର ପରିପ୍ରକାଶ ବ୍ୟତୀତ
ଅନ୍ୟ କିଛି ନୁହେଁ । ଏହି ଘଟଣାରୁ ସେ ଯୁଗର ନାରୀମାନେ କିପରି ଧର୍ମପ୍ରାଣା ଥିଲେ ତାହାର ପରିଚୟ ମିଳେ ।
କବିଙ୍କର ଗାନ୍ଧାରୀଙ୍କର କପାଳୀ ତୀର୍ଥରେ ବ୍ରତପାଳନ, ବିଶ୍ୱାବସୁଙ୍କ ପତ୍ନୀର ମାଘବ୍ରତ, ଶଚୀଙ୍କର ପ୍ରାଚୀ
ନଦୀରେ ସ୍ନାନ, ଶିବପୁର ନାରୀଙ୍କ ଗଣେଶ ପୂଜା, ସୁହାଣୀ କନ୍ୟାର ଶିବ ଆରାଧନା, ଗାନ୍ଧାରୀଙ୍କର ଗଙ୍ଗାସ୍ନାନ,
ଓ ଅମ୍ବାଙ୍କ ମାଧବ ପୂଜା ପ୍ରଭୃତି ବର୍ଣ୍ଣନାରୁ ଓଡ଼ିଶାରେ ସେ କାଳରେ ନାରୀମାନଙ୍କ ଜୀବନ-ଚର୍ଯ୍ୟାର ସ୍ୱରୂପ
ଉପଲବ୍ଧ ହୋଇଥାଏ ।
ବହୁ ପତ୍ନୀ ଗ୍ରହଣର ପରଂପରା:
ସେ କାଳରେ ଉତ୍କଳୀୟ ରାଜବଂଶରେ ବହୁ ପତ୍ନୀ ଗ୍ରହଣର ପରଂପରା ଥିଲା । ଗଙ୍ଗବଂଶର ପ୍ରତିଷ୍ଠାତା
ଚୋଡ଼ଗଙ୍ଗ ଦେବଙ୍କର ସତରଜଣ ରାଣୀ ଥିଲେ । କିନ୍ତୁ କପିଳେନ୍ଦ୍ରଦେବଙ୍କର ଗୋଟିଏ ରାଣୀ ଥିଲେ ବୋଲି
ଜଣାଯାଏ । ସାରଳା ଦାସ ତାହାଦ୍ୱାରା ପ୍ରଭାବିତ ହୋଇ ବହୁ ସ୍ଥଳରେ ଏକପତ୍ନୀ ଗ୍ରହଣ ରୀତିରେ ପ୍ରଶଂସା
କରିଅଛନ୍ତି । ଦୁର୍ଯ୍ୟୋଧନଙ୍କ ଉକ୍ତିରେ ଏକ ପତ୍ନୀ ଗ୍ରହଣର ପ୍ରଶଂସା ଓ ବହୁପତ୍ନୀ ଗ୍ରହଣର ନିନ୍ଦା ପ୍ରକାଶ
ପାଇଅଛିା ଏହି ଏକପତ୍ନୀ ବ୍ରତ ଧର୍ମ ଆଚରିତ ଶୁଦ୍ଧ ନିର୍ମଳ ଦାମ୍ପତ୍ୟ ଜୀବନ ହେଉଛି ଉତ୍କଳୀୟ ଜାତୀୟ
ଜୀବନର ଆଦର୍ଶ । ତେଣୁ କବିଙ୍କ ବେଦାଶ୍ରବା, ବିଷ୍ଣୁକର, ଶଶିକର, ଏକଲବ୍ୟ, ଶୁଦ୍ରଶ୍ରମଣ, ଶାନ୍ତିପନି,
ମେଳନ, କୌଶିକ ଓ ସୁଜାଣେଶ୍ୱର ପ୍ରଭୃତି ନୃପତି ଏକ ପତ୍ନୀ ପୁରୁଷ । କବି ଯେପରି ବହୁପତ୍ନୀ ପ୍ରଥାକୁ
ସମାଲୋଚନା କରିଛନ୍ତି ସେହିପରି ବହୁସ୍ୱାମୀ ପ୍ରଥାକୁ ନିନ୍ଦା କରିଛନ୍ତି । ତେଣୁ ହିଡ଼ମ୍ବକା ଦ୍ରୌପଦୀଙ୍କୁ ଅସତୀ
ବୋଲି ଭର୍ôସନା କରିଥିବାର ଉଲ୍ଲେଖ କରିଛନ୍ତି ।
ସେତେବେଳେ ରାଜାମାନେ ବହୁସ୍ତ୍ରୀ ସମ୍ଭୋଗ କରୁଥିଲେ । ରାଜପରିବାର ବିଳାସବ୍ୟସନ ଓ ସମ୍ଭୋଗର
ପୀଠସ୍ଥଳୀ ଥିଲା । ରାଣୀମାନେ ମଧ୍ୟ ବ୍ୟଭିଚାରିଣୀ ଥିଲେ । ସେମାନେ ସୁଯୋଗ ପାଇଲେ ପରପୁରୁଷ ପ୍ରତି
ଆକୃଷ୍ଟ ହୋଇ ଦୈହିକ କାମନା ଚରିତାର୍ଥ କରୁଥିଲେ । ସେଥିପାଇଁ କବି ଅନଙ୍ଗସେନ ରାଜାଙ୍କ ପତ୍ନୀ ରତ୍ନାବତୀ
ପ୍ରସଙ୍ଗର ଅବତାରଣା କରିଛନ୍ତି । ରତ୍ନାବତୀର ଦୁର୍ବାର କାମନାବାସନାକୁ ସଂଯତ କରିବା ପାଇଁ ଅନଙ୍ଗସେନଙ୍କର
ସମସ୍ତ ଚେଷ୍ଟା ବିଫଳ ହୋଇଛି । ତେଣୁ ସେ ପରିଶେଷରେ ସ୍ୱାମୀ ହସ୍ତରେ ନିହତ ହୋଇଛି ।
ସାରଳାଦାସଙ୍କ କାଳରେ ପୂର୍ବଭାରତ ଖଣ୍ଡରେ, ସମାଜ ଜୀବନ ସହଜ ତାନ୍ତ୍ରିକ ବ୍ୟଭିଚାର ମଧ୍ୟରେ
ପ୍ରଦୂଷିତ ହୋଇପଡ଼ିଥିଲା । ସେହି ପୃଷ୍ଠଭୂମିର ପ୍ରଭାବରେ ତାନ୍ତ୍ରିକ ଯୌନ ବ୍ୟଭିଚାରର ଚିତ୍ର ସାରଳାଦାସ ପ୍ରଦାନ
କରିଛନ୍ତି । କାରଣ କେତେକ ତପୋନିଷ୍ଠ ପୁରୁଷ ଓ ଧର୍ମପରାୟଣା ମହନୀୟା ନାରୀ ସାରଳାଦାସ ପ୍ରଦାନ
କରିଛନ୍ତି । କାମପ୍ରବଣତାର ଯେଉଁ ଚିତ୍ର ପ୍ରଦାନ କରିଛନ୍ତି ତାହା ସଂସ୍କୃତ ମହାଭାରତ କିମ୍ବା ପୌରାଣିକ ଐତିହ୍ୟ
ଦ୍ୱାରା ସମର୍ଥିତ ନୁହେଁ-ଅଗ୍ନିକା ଋଷିଙ୍କ ପରି ବ୍ରହ୍ମମୁନି କାମଭୋଳରେ ରମଣପାଇଁ ସ୍ତ୍ରୀ ନପାଇ ମୃଗୁଣୀ ହରଣରୁ
ବିରତ ହୋଇ ନଥିଲେ । ଏ ପ୍ରସଙ୍ଗରେ କବି ଅନଙ୍ଗସେନଙ୍କ ସ୍ତ୍ରୀ ରତ୍ନାବତୀ ଘୋର ବ୍ୟଭିଚାରଣୀ ହୋଇ କିପରି
ଅଗ୍ନିକଋଷିଙ୍କୁ ରତି ଭିକ୍ଷା କରିଥିଲେ, ତାର ଚିତ୍ର ପ୍ରଦାନ କରିଛନ୍ତି । ଯୁବାବସ୍ଥାରେ ବ୍ୟାସ, ମୃଗୁଣୀ ସହିତ
ଶୃଙ୍ଗାର କରିବାକୁ ଋଷିଜାତ ହୋଇଥିଲେ । ବ୍ରହ୍ମାମଧ୍ୟ କାମାତୁର ହୋଇ ଅଷ୍ଟନାୟିକାଙ୍କ ଜଳକେଳି ଦର୍ଶନ କରି
ସନ୍ଧ୍ୟାହ୍ନିକ ପରିତ୍ୟାଗ କରଥିଲେ । ଦ୍ରୋଣଙ୍କ ମାତୃହରଣ ଉପାଖ୍ୟାନ ମଧ୍ୟ କବି ସୃଷ୍ଟି କରିଛନ୍ତି । ଏ ସମସ୍ତ
ବର୍ଣ୍ଣନାରୁ ତତ୍କାଳୀନ ସମାଜରେ ସ୍ୱୈରାଚାର ଓ ଉଲଗ୍ନ ବ୍ୟଭିରାର ଚିତ୍ର ପରିଲକ୍ଷିତ ହୁଏ ।
ପଞ୍ଚଦଶ ଶତାବ୍ଦୀ ବେଳକୁ ଓଡ଼ିଶା ତଥା ସମଗ୍ର ଭାରତବର୍ଷରେ ପୁରୋହିତ ବାଦ ବିରୁଦ୍ଧରେ ସାଧକମାନେ
ସ୍ୱର ଉତ୍ତୋଳନ କରିଥିଲେ । ବ୍ରହ୍ମଣମାନଙ୍କର ଯାଗ-ଯଜ୍ଞ, ନିତ୍ୟକର୍ମ ଓ ହୋମପ୍ରଭୃତିରେ ମନୁଷ୍ୟ ମୁ୍କ୍ତିଲାଭ
କରେ ନାହିଁ । ଏହା ଅପେକ୍ଷା ବରଂ ଗୃହସ୍ଥାଶ୍ରମରେ ରହି ସନ୍ତାନ ଉତ୍ପତ୍ତି କରିବା ବହୁଗୁଣରେ ଶ୍ରେୟସ୍କର । ତେଣୁ
ଅଗ୍ନିକା ଋଷି ବ୍ରାହ୍ମଣୋଚିତ କାର୍ଯ୍ୟ କରିଥିଲେ ହେଁ ନିଜବଂଶର କାରଣ ପାଇଁ ଦାରାଗ୍ରହଣ କରିନଥିଲେ ।
ସେଥିପାଇଁ ଯମପୁରରେ ଦଣ୍ଡିତ ହୋଇ ସନ୍ତାନ ଉତ୍ପତ୍ତି ନିମିତ୍ତ ପୁଣି ଥରେ ମର୍ତ୍ତ୍ୟରେ ଜନ୍ମଗ୍ରହଣ କଲେ ବୋଲି
କବି ବର୍ଣ୍ଣନା କରିଛନ୍ତି ।
ସେ ସମୟରେ ରାଜାରାଜା ମଧ୍ୟରେ ଅଯଥା କଳହ ହେଇଥିଲା । ନିଜର ବଡ଼ିମା ପ୍ରଦର୍ଶନ କରିବା ନିମିତ୍ତ
ସେମାନେ ଚେଷ୍ଟା କରୁଥିଲେ । କୁନ୍ତୀ-ଗାନ୍ଧାରୀଙ୍କ ଶିବପୂଜା ନିମିତ୍ତ କଳହରୁ ଏ ସଂପର୍କରେ ଧାରଣା କରିହୁଏ
ଯେ ବହୁ ଆଡ଼ମ୍ବରରେ ଶିବପୂଜା କରିବା ପାଇଁ ଗୋଟିଏ ରାଜପରିବାରରେ ପ୍ରତିଦ୍ୱନ୍ଦିତା ହେଉଥିଲା । ଏହା ଏକ
ସାମାଜିକ ବ୍ୟାଧି ରୂପେ ପରିଗଣିତ ହେଉଥିଲା । ଏହାଫଳରେ ସମାଜ କ୍ରମଶଃ ଦୁର୍ବଳ ହୋଇପଡ଼ିଲା ।
ସେ ସମୟରେ ନାରୀମାନେ ଉପହାର ଦ୍ରବ୍ୟ ରୂପେ ବିବେଚିତ ହେଉଥିଲା । ତେଣୁ ଦ୍ରୌପଦୀଙ୍କ ପରିଣୟ
ବେଳେ ଅଳଙ୍କାରରେ ଭୂଷିତ ଏକଲକ୍ଷ ପୋଇଲିଙ୍କୁ ଯୌତୁକ ରୂପରେ ପ୍ରଦାନ କରାଯାଇଥିଲା । ସେହିପରି
ଉତ୍ତରାଙ୍କ ବିବାହ ବେଳେ ଏକ ସହସ୍ର ଦାସୀ, ଭାନୁମତୀଙ୍କ ପରିଣୟ ବେଳେ ନୃତ୍ୟକାରୀ ଗଣିକା, ଦୁଃଶୀଳା
ବିବାହ ସମୟରେ ବହୁଦାସୀ ଯୌତୁକ ସ୍ୱରୂପ ପ୍ରଦତ୍ତ ହୋଇଥିଲା ।
ସାରଳାଙ୍କ ଯୁଗରେ ପୁରୁଷ ଓ ସ୍ତ୍ରୀ ଉଭୟ ଥିଲେ ପ୍ରସାଧନ ପ୍ରିୟ । ପ୍ରସାଧନର ସାମଗ୍ରୀ ରୂପେ ପୁଞ୍ଚ,
ଚନ୍ଦନ, କର୍ପୂର, ସିନ୍ଦୁର, କୁଙ୍କୁମ, ଅଳତା, କସ୍ତୁରୀ, ଅଗୁରୁ, ହଳଦୀ ଓ ସୁଗନ୍ଧ ତୈଳ ବ୍ୟବହାର କରାଉଥିଲା ।
ବିଶେଷ କରି ସ୍ତ୍ରୀ- ପୁରୁଷଙ୍କ ମିଳନ କାଳରେ ଏହି ଅଙ୍ଗ ପ୍ରସାଧନ ସବୁ ବ୍ୟବହାର କରାଯାଉଥିଲା । ତେଣୁ କବି
ଲେଖିଛନ୍ତି ଯେ ବ୍ୟାସଦେବ ଅମ୍ବାଳିକାଙ୍କ ସମୀପକୁ ଗଲାବେଳେ ଚନ୍ଦନ, ଅକରୁ ଓ କସ୍ତୁରୀ ଆଦି ସୁଗନ୍ଧ ଦ୍ରବ୍ୟ
ସ୍ୱଶରୀରରେ ଲେପନ କରିଥିଲେ । ଇନ୍ଦ୍ର ମୃଗନାଭି କସ୍ତୁରୀ ବୋଳି ହୋଇ କୁନ୍ତୀଙ୍କ ସମୀପକୁ ଗମନ କରିଥିଲେ ।
ବିବାହ କାଳରେ ଦ୍ରୈାପଦୀଙ୍କ ଶରୀରରେ ସୁଗନ୍ଧ ଦ୍ରବ୍ୟ ଓ ପାଣ୍ଡବଙ୍କ ଶରୀରରେ କୁଙ୍କୁମ-କର୍ପୂର ଲେପନ
କରାଯାଇଥିଲ ।
ସାରଳା ଦାସ ମୂଳ ମହାଭାରତରେ ନଥିବା ଗାନ୍ଧାରୀଙ୍କ ସାହାଡାବୃକ୍ଷ ବିବାହ ସଂପର୍କୀୟ ଉପାଖ୍ୟାନ
ସୃଷ୍ଟି କରିଛନ୍ତି । ତାହା ଓଡିଶାର ଜନସମାଜରେ ପ୍ରଚଳିତ ‘ସାହାଡା ବିବାହ\' ର ଏକ ଦୃଷ୍ଟାନ୍ତ । ଦ୍ୱିତୀୟବାର
ସ୍ତ୍ରୀ ମୃତ୍ୟୁ ପରେ, ତୃତୀୟ ବିବାହ ପୂର୍ବରୁ ସ୍ତ୍ରୀ-ମୃତ୍ୟୁ- ଅରିଷ୍ଟ ଖଣ୍ଡନପାଇଁ ଦେବୀ ଉପରେ ସାହାଡାଗଛ ବିବାହ
କରିବାର ବିଧି ଓଡିଶାରେ ଏବେ ସୁଦ୍ଧା ସ୍ଥାନେ ସ୍ଥାନେ ପ୍ରଚଳିତ ଅଛି । ତେଣୁ ଗାନ୍ଧାରୀ ଯାହାଙ୍କୁ ପତିରୂପେ
ବରଣ କରିବେ, ସେ ସଙ୍ଗେ ସଙ୍ଗେ ମୃତ୍ୟୁ ମୁଖରେ ପଡିବେ, ସେଥିପାଇଁ ଏ ଅରିଷ୍ଟଖଣ୍ଡନ ଉଦ୍ଦେଶ୍ୟରେ
ସାରଳା ଦାସ ବ୍ୟାସଙ୍କ ବିଧାନ ଅନୁସାରେ ଗାନ୍ଧରୀ ଗୋଟିଏ ସାହାଡା ବୃକ୍ଷକୁ ବିବାହ କରିଥିଲେ ।
ସ୍ତମ୍ବ, ଅଟ୍ଟାଳିକା ପ୍ରତିଷ୍ଠା ବେଳେ ନରବଳି ଦେବା ଏକ ଆଦିମ ପ୍ରଥା । ସେହି ବିଧି ଓ ପରଂମ୍ପରାକୁ
ଆଶ୍ରୟ କରି କବି ଶ୍ରୀକୃଷ୍ଣଙ୍କ ଦ୍ୱାରା ବେଲାଳସେନର ମସ୍ତକ ଛିନ୍ନ କରି ଯୁଦ୍ଧ ପୂର୍ବରୁ ଏହାର ପ୍ରତିଷ୍ଠା କରିଛନ୍ତି ।
ସାରଳାଙ୍କ କାଳରେ ଓଡିଶାର ଜନସମାଜରେ ଏପ୍ରକାର ଉପାଖ୍ୟାନ ପ୍ରଚଳିତ ଥିବା ସମ୍ଭବ ନୁହେଁ ବୋଲି
ସମାଲୋଚକ ମତବ୍ୟକ୍ତ କରିଅଛନ୍ତି । ହୁଏତ ସାରଳାଦାସ ଗ୍ରାମଦେବାଦେବୀଙ୍କ ନିକଟରେ ଯେଉଁ ବଳି
ଦିଆଯାଉଥିଲା, ତାହାକୁ ଆଖି ଆଗରେ ରଖି ଶୁଭକର୍ମ ପାଇଁ ଏପରି ନରବଳିର ବର୍ଣ୍ଣନା କରିଥାଇପାରନ୍ତି ।
ସମାଜର ଚଳଣିକୁ ଆଖିଆଗରେ ରଖି ସାରଳା ଦାସ ତାଙ୍କର ମହାଭାରତ ସୃଷ୍ଟି କରିଛନ୍ତି । ତେଣୁ ସେ
ସ୍ୱକୀୟା ସହବାସରେ ମଧ୍ୟ ଯୌନ ବୃତ୍ତିର ଅକୁଣ୍ଠ ପରିଚର୍ଯ୍ୟା ପରିବର୍ତ୍ତେ ସଂଯମ ଉପରେ ଗୁରୁତ୍ୱ ଆରୋପ
କରିଛନ୍ତି । ରଜୋଦର୍ଶନର ପ୍ରଥମ, ଦ୍ୱିତୀୟ,ତୃତୀୟ ଓ ଚତୁର୍ଥ ଦିବସରେ ନାରୀ ଅଗମ୍ୟା କେବଳ ପଞ୍ଚମ ଠାରୁ
ସପ୍ତମ ଦିବସ ମଧ୍ୟରେ ବିବାହିତା ପତ୍ନୀ ସହିତ ସହବାସ ବିଧି । ସାରଳା ତାହାର ଶାସ୍ତ୍ରୀୟ ମତ ପ୍ରଦାନ କରିଛନ୍ତିା
ପଞ୍ଚଦଶ ଶତାଦ୍ଦୀରେ ଉତ୍କଳରେ ଅନୁସୃତ ଚାଟଶାଳୀ ଶିକ୍ଷା ପଦ୍ଧତିର କବି ସୁବିସ୍ତୃତ ଓ ପ୍ରାଣବନ୍ତ ଚିତ୍ର
ପ୍ରଦାନ କରିଛନ୍ତି । ରାମ-କୃଷ୍ଣଙ୍କର ବିଦ୍ୟାଶିକ୍ଷା ବର୍ଣ୍ଣନା ପ୍ରସଙ୍ଗରେ ବର୍ଣ୍ଣଶିକ୍ଷା ଓ ପଦ୍ୟାବୃତ୍ତି ସଙ୍ଗେ ସଙ୍ଗେ
ସାମାନ୍ୟ ଗଣିତ ଶିକ୍ଷା ଓ ପତ୍ରଲିଖନ ସେକାଳର ଚାଟଶାଳୀଶିକ୍ଷାର ପ୍ରଧାନ ଅଙ୍ଗ ଥିଲା ବୋଲି ଉଲ୍ଳେଖ
କରିଅଛନ୍ତି । ସାରଳା ଦାସ ତାଙ୍କର ଗ୍ରନ୍ଥ ସମୂହରେ ଯେଉଁସବୁ ଆଜ୍ଞାପତ୍ରିକା ଓ ଶ୍ରୀମୁଖର ବର୍ଣ୍ଣନା କରିଛନ୍ତି,
ସେଗୁଡିକରୁ ସେକାଳର ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିବା ପତ୍ରଲିଖନ ଆଦର୍ଶ ସୂଚୀତ ହୁଏ । ରାମକୃଷ୍ଣ
ଗୁରୁ ଗୃହରେ ଯେଉଁ ବିଦ୍ୟାପାଠ କରିଥିଲେ, ତାହାର ସୂଚନା ପ୍ରଦାନ କରି କବି ଲେଖିଛନ୍ତି :-
Comments
Post a Comment