ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 2

୧. ଖ୍ରୀପୂ ୩ୟରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ କେଉଁ ସାଧନଗୁଡ଼ିକ ଦ୍ୱାରା ଓଡ଼ିଆ ଭାଷାରେ ସାହିତ୍ୟ ରଚନା ହୋଇଛି ?
ଉ. ପଥର ଓ ନିହାଣ, ତାଳପତ୍ର ଓ ଲେଖନୀ

୨. ତାଳପତ୍ରରୁ କେତେ ଵର୍ଷର ଓଡ଼ିଆ ସାହିତ୍ୟ ଦେଖିଵାକୁ ମିଳେ ?
ଉ. ୧୨୦୦ ଵର୍ଷ

୩. ଅଶୋକଙ୍କ କେତୋଟି ଶିଳାଲେଖ ମିଳିଥିଲା ? ସେଥିମଧ୍ୟରୁ ଓଡ଼ିଶାରେ କେତୋଟି ଅଛି ?
ଉ. ୧୫୦, ୨

୪. ଲୁହାର ଆଵିଷ୍କାର କେବେ ହୋଇଥିଲା ?
ଉ. ୩୦୦୦ ଵର୍ଷ ପୂର୍ଵେ / ଖ୍ରୀପୂ ଦଶମ ଶତାବ୍ଦୀ

୫. କଳିଙ୍ଗ ଵଣିକଙ୍କ ଦ୍ୱାରା ରପ୍ତାନୀ ହେଉଥିଵା ଵିଭିନ୍ନ ଦ୍ରଵ୍ୟ, କଳିଙ୍ଗରେ ଉପଲବ୍ଧ ବସ୍ତୁ, ଦାକ୍ଷିଣାତ୍ୟ ପଥ ଵର୍ଣ୍ଣନା,
ଵିଷୟରେ କେଉଁ ଗ୍ରନ୍ଥରୁ ଜଣାପଡ଼େ ?
ଉ. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ

୬. ଭାରତଵର୍ଷରେ ମହାଜନପଦ ଆଵିର୍ଭାଵ ଘଟିଵାର ପୂର୍ଵସ୍ତର ଥିଵା ଜନପଦ ମଧ୍ୟରେ କଳିଙ୍ଗର ନାମ ଅଗ୍ରଗଣ୍ୟ ଥିଲା ବୋଲି କେଉଁ ଗ୍ରନ୍ଥରୁ ଜଣାପଡ଼େ?
ଉ. ପାଣିନୀଙ୍କ ଅଷ୍ଟଧ୍ୟାୟୀ ରଚନାରୁ

୭. ଓଡ଼ିଶାର କେଉଁଠାରେ ଅଶୋକଙ୍କ ଶିଳାଲେଖ ଦେଖିଵାକୁ ମିଳେ ?
ଉ. ଭୁଵନେଶ୍ୱରସ୍ଥ ଧଉଳି ଵା ତୋଷାଳୀରେ ଥିଵା ସୁରଭି ପର୍ଵତ ଉପରେ, ସମପା ଵା ଗଞ୍ଜାମ ଅନ୍ତର୍ଗତ ଜଉଗଡ଼ ଖପିଙ୍ଗଳ ପର୍ଵତ ଉପରେ

୮. କଳିଙ୍ଗ ଯୁଦ୍ଧ ଵିଷୟରେ ସୂଚନା ଓ ଅଶୋକଙ୍କ ଅନୁତାପ ଵର୍ଣ୍ଣନା କେତୋଟି ଶିଳାଲେଖରେ ଵର୍ଣ୍ଣିତ ହୋଇଛି ?
ଉ. ୩ଟି (ପାକିସ୍ଥାନର ସାହେବାଜିଗଡ଼ି, ଧଉଳି, ଜଉଗଡ଼)

୯. ଅଭିଷେକର କେଉଁ ଵର୍ଷରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ ?
ଉ. ଅଷ୍ଟମ (?)

୧୦. କଳିଙ୍ଗ ଯୁଦ୍ଧରେ କେତେ ଲୋକ ବନ୍ଦୀ ହେଲେ ଓ ମୃତ୍ୟୁଵରଣ କଲେ? ଅନ୍ୟପ୍ରକାରରେ କେତେ ମୃତ୍ୟୁଵରଣ କଲେ?
ଉ. ବନ୍ଦୀ ଦେଢ଼ଲକ୍ଷ, ଏକଲକ୍ଷ ମୃତ୍ୟୁ, ଅନ୍ୟପ୍ରକାରରେ ମୃତ୍ୟ ଏକ ଲକ୍ଷ

୧୧. ଅଶୋକ କଳିଙ୍ଗ ଅଧିକାର ପରେ ଓଡ଼ିଶାର ଶାସନ ଵ୍ୟଵସ୍ଥାକୁ କେତେ ଭାଗରେ ଵିଭକ୍ତି କରିଥିଲେ?
ଉ. ୨ଭାଗ, ତୋଷାଳୀ, ସମପା

୧୨. ଅଶୋକଙ୍କ ଜଉଗଡ଼ ଶିଳାଲେଖ ଅନୁସାରେ କେତେ ଵର୍ଷ ଵ୍ୟଵଧାନରେ ମହାମାତ୍ରମାନଙ୍କୁ ପ୍ରଶାସନିକ ଭ୍ରମଣରେ ପ୍ରେରଣ କଥା ଉଲ୍ଲେଖ ଅଛି ?
ଉ. ୫ଵର୍ଷ

୧୩. ଅଶୋକ ରାଜ୍ୟାରୋହଣର କେତେ ଵର୍ଷ ପରେ ରାଜ୍ୟାଭିଷେକ ହୋଇଥିଲେ ?
ଉ. ୪

୧୪. ସାହେବାଜିଗଡ଼ି ଶିଳାଲେଖ କେଉଁ ଭାଷା ଓ କେଉଁ ଲିପିରେ ଲିଖିତ?
ଉ. ଅରମାଇକ ଭାଷା ଖରୋଷ୍ଠି ଲିପି

୧୫. ଅଶୋକଙ୍କ ସମୟରେ ବୌଦ୍ଧ ଧର୍ମ କେତୋଟି ସଂପ୍ରଦାୟରେ ଵିଭକ୍ତ ହୋଇଥିଲା ?
ଉ. ୧୯ଟି

୧୬. ଅଶୋକ ଅହିଂସା ଧର୍ମ ଗ୍ରହଣ କରି ସୁଦ୍ଧା ଯୁଦ୍ଧ କରି କେଉଁ ଵିଦ୍ରୋହକୁ ଦମନ କରିଥିଲେ?
ଖସ୍ୟା ଓ ନେପାଳରେ ଵିଦ୍ରୋହ

୧୮. ଅଶୋକ ବୌଦ୍ଧଧର୍ମାଵଲମ୍ବୀଙ୍କୁ ଆକୃଷ୍ଟ କରିଵାପାଇଁ କେବେ ତୃତୀୟ ବୌଦ୍ଧ ସଙ୍ଘ ଆରମ୍ଭ କରିଥିଲେ ଓ ଶ୍ରୀଲଙ୍କାକୁ ବୌଦ୍ଧ ପ୍ରଚାରକ ମଣ୍ଡଳ ପ୍ରେରଣ କରିଥିଲେ?
ଉ. ଖ୍ରୀ.ପୂ. ୨୫୦

୧୯. ଅଶୋକ କେବେ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାତ୍ରା କରି ସେଠାରେ ସ୍ମାରକ ସ୍ତମ୍ଭ ନିର୍ମାଣ କରିଥିଲେ?
ଉ. ଖ୍ରୀ.ପୂ. ୨୩୯-୪୮

୨୦. ଅଶୋକ କେବେ ପ୍ରଥମ ଓ ଶେଷ ଶିଳାଲେଖ ସ୍ଥାପନ କରିଥିଲେ ?
ଉ. ପ୍ରଥମ - ଖ୍ରୀପୂ ୨୫୯-୫୮, ଶେଷ - ଖ୍ରୀପୂ ୨୪୧

୨୧. ଅଶୋକଙ୍କ ସମୟରେ ଲୋକପ୍ରିୟ ହୋଇଥିଵା 'ସପ୍ତାଙ୍ଗ ଵିଚାରଧାରା' କଅଣ ?
ଉ. ରାଜା, ମନ୍ତ୍ରୀ, ମିତ୍ର, କୋଷ (କର), ସେନା, ଦୁର୍ଗ, ଭୂମି ଵା ରାଜ୍ୟ

୨୨. ଆଟବୀକ କିଏ?
ଉ. ଜଙ୍ଗଲୀ କ୍ଷେତ୍ରର ପ୍ରଧାନ ଅଧିକାରୀ

୨୩. ହାତୀଗୁମ୍ଫା ଶିଳାଲେଖ କେତୋଟି ଧାଡ଼ିରେ ଲିଖିତ ହୋଇଛି ?
ଉ. ୧୭ଟି

୨୪. ଖାରଵେଳଙ୍କ ଶିଳାଲେଖକୁ କିଏ କେବେ ପାଠ କରିଵାର ପ୍ରଥମ ପ୍ରୟାସ କରିଥିଲେ ?
ଉ. ଷ୍ଟରଲିଂ ସାହେବ, ୧୮୨୦ ମସିହାରେ

୨୫. କିଏ କେବେ କେଉଁଠାରେ ହାତିଗୁମ୍ଫା ଅଭିଲେଖର ସଂଶୋଧିତ ପାଠ ଉପସ୍ଥାପନ କରି ସର୍ଵ ପ୍ରଥମ ଖାରଵେଳଙ୍କ ନାମ ପ୍ରୟୋଗ କରିଥିଲେ?
ଉ. ଭଗଵାନଲାଲ ଇନ୍ଦ୍ରାଜୀ, ୧୮୮୫, ଵିଏନା (Vienna, Austria)

୨୬. କଳିଙ୍ଗର ପିଥୁଣ୍ଡଠାରେ ଚେର, ଚୋଳ, ପାଣ୍ଡ୍ୟ ନାମକ ତିନି ତାମିଲ ସଙ୍ଘକୁ କିଏ ଦମନ କରିଥିଲେ ?
ଉ. ଖାରଵେଳ

୨୭. ଉରଜାମ ଶିଳାଲେଖ କିଏ କେବେ ଲେଖାଇଥିଲେ ?
ଉ. ଗଙ୍ଗ ଵଂଶର ଶକ୍ତିଶାଳୀ ରାଜା ଅନନ୍ତଵର୍ମନ ୫ମ ବଜ୍ରହସ୍ତଦେଵ ୧୦୫୧ରେ

୨୮. ଉରଜାମ ଶିଳାଲେଖ କେଉଁଠାରୁ ମିଳିଅଛି ?
ଉ. ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଚିକାକୋଲ ଵା ଶ୍ରୀକାକୁଲମ ଜ଼ିଲ୍ଲାର ଉରଜାମ ଗ୍ରାମର ଧବଳେଶ୍ବର ମନ୍ଦିର ସମ୍ମୁଖରୁ

୨୯. ମହାକୋଶଳର ରାଜା କଳଚୁରୀ ରାଜା କର୍ଣ୍ଣଦେଵଙ୍କୁ ପରାସ୍ତ କରି ଅନନ୍ତଵର୍ମନ ପଞ୍ଚମ ବଜ୍ରହସ୍ତଦେଵ କେଉଁ ଉପାଧି ପ୍ରାପ୍ତ ହୋଇଥିଲେ?
ଉ. ତ୍ରିକଳିଙ୍ଗାଧିପତି

୩୦. ଅନନ୍ତଵର୍ମନ ପଞ୍ଚମ ବଜ୍ରହସ୍ତଦେଵ କେଉଁ କେଉଁ ଉପାଧିରେ ଭୂଷିତ ଥିଲେ?
ଉ. ମହାରାଜାଧିରାଜ, ପରମେଶ୍ୱର ଓ ତ୍ରିକଳିଙ୍ଗାଧିପତି

୩୧. ରାଜାଧିରାଜ ପ୍ରଥମ(ଖ୍ରୀଅ ୧୦୪୪-୧୦୫୪)ଙ୍କୁ ପରାସ୍ତ କରି ଅନନ୍ତଵର୍ମନ ପଞ୍ଚମ ବଜ୍ରହସ୍ତଦେଵ କେଉଁ ଉପାଧି ପ୍ରାପ୍ତ ହୋଇଥିଲେ?
ଉ. ମହାରାଜାଧିରାଜ, ପରମେଶ୍ୱର

୩୨. ଲିପିତତ୍ତ୍ୱଵିତ ଡକ୍ଟର କୁଞ୍ଜଵିହାରୀ ତ୍ରିପାଠୀଙ୍କ ମତରେ  ଆଧୁନିକ ଓଡ଼ିଆ ଭାଷା ଵହନ କରିଥିଵା ପ୍ରଥମ ଶିଳାଲେଖଟି କଅଣ?
ଉ. ଉରଜାମ ଶିଳାଲେଖ

୩୩. ଜୟଵିଜୟ ଶିଳାଲେଖ କେଉଁ ରାଜାଙ୍କ ସମ୍ବନ୍ଧରେ ସୂଚନା ଦିଏ ? ଏହା କେଉଁ ସମୟର? କେଉଁଠାରେ ଅଛି?
ଉ. କପିଳେନ୍ଦ୍ରଦେଵ, ପଞ୍ଚଦଶ ଶତାବ୍ଦୀର(୧୪୩୬ଖ୍ରୀଅ), ପୁରୀ ଜଗନ୍ନାଥ ମନ୍ଦିରର ଜୟଵିଜୟ ଦ୍ୱାର  ବାମ ପାର୍ଶ୍ଵରେ ଅଛି

୩୪. ଶାସନର ପ୍ରାରମ୍ଭିକ କାଳରେ କପିଳେନ୍ଦ୍ର ଉତ୍ତରର ମାଲ୍ଲା ଓ ବଙ୍ଗର ମୁସଲମାନ ନବାବଙ୍କୁ ପରାସ୍ତ କରି କେଉଁ ଉପାଧି ପ୍ରାପ୍ତ କରିଥିଲେ?
ଉ. ଗୌଡ଼େଶ୍ୱର ଉପାଧି

୩୫. କପିଳେନ୍ଦ୍ରଦେଵଙ୍କ ଦୁଇ ପୁତ୍ରଙ୍କ ନାମ କଅଣ?
ହମ୍ମୀରଦେଵ (ତେଲେଙ୍ଗା ପତ୍ନୀଙ୍କ ଔରସରୁ), ପୁରୁଷୋତ୍ତମଦେଵ (ଓଡ଼ିଆ ପତ୍ନୀଙ୍କ ଔରସରୁ)

୩୬. ପୁରୁଷୋତ୍ତମ ଦେଵଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ବଙ୍ଗ ନବାବ କେଉଁ ଦୁର୍ଗ ଅଧିକାର କଲେ?
ଉ. ଉତ୍ତରର ମନ୍ଦାରନ ଦୁର୍ଗ

୩୭. ଓଡ଼ିଆ ଭାଷାର ନାମକରଣ କିଏ କରିଥିଲେ ? କାହିଁକି ?
ଉ. ଗଙ୍ଗଵଂଶୀ, ଖାରଵେଳଙ୍କ ପାଲି ଵା ପଲ୍ଲୀ ଭାଷା ଉଡ୍ର - ଓଡ୍ଡିୟାନ ପୀଠ ଦେଇ ଏହା କ୍ରମଵିକଶିତ ଅଵସ୍ଥାରେ ପହଞ୍ଚି ସାଧାରଣ ଜନତାଙ୍କୁ ଅଦ୍ଭୂତପୂର୍ଵ ଭାଵେ ପ୍ରଭାଵିତ କରିଥିଵାରୁ

୩୮. ୧୫ଶ ଶତକରେ ଏସିଆ ମହାଦେଶର ଵୃହତ୍ତମ ଗ୍ରନ୍ଥ ଭାଵେ କାହାର ଖ୍ୟାତି ଥିଲା ?
ଉ. ସାରଳା ଦାସଙ୍କ ଓଡ଼ିଆ ମହାଭାରତ

୩୯. ସାରଳା ଦାସ ମହାଭାରତ ବ୍ୟତୀତ କି କି ଗ୍ରନ୍ଥ ରଚନା କରିଥିଲେ?
ଉ. ଵିଚିତ୍ର ରାମାୟଣ, ଦେଵୀ ଭାଗଵତ ଵା ଚଣ୍ଡୀପୁରାଣ

୪୦. କପିଳେନ୍ଦ୍ରଦେଵଙ୍କ ସମୟରେ ଓଡ଼ିଶାର ରାଜନୀତିକ ସୀମା କେଉଁଠୁ କେଉଁ ପର୍ଯ୍ୟନ୍ତ ପରିଵ୍ୟାପ୍ତ ଥିଲା?
ଇ. ଉତ୍ତରର ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ

୪୧. ସାରଳାଙ୍କ ମତରେ ସବୁଠାରୁ ଶ୍ରେଷ୍ଠ ଦାନ କଅଣ?
ଅନ୍ନଦାନ

୪୨. କପିଳେନ୍ଦ୍ରଦେଵ ଲୁଣ ଉପରୁ କଉଡ଼ି ଛାଡ଼ କରି ମୁକ୍ତ ଵିତରଣ ଵ୍ୟଵସ୍ଥା ଲାଗୁକରିଥିଵାର କେଉଁ ଶିଳାଲେଖରୁ ଜଣାପଡ଼େ?
ଉ. ଜୟଵିଜୟ ଶିଳାଲେଖ

୪୩. ଜୟଵିଜୟ ଶିଳାଲେଖ କେଉଁ ଲିପିରେ ଲିଖିତ?
ଉ. ପ୍ରାଚୀନ ଓଡ଼ିଆ ଲିପି

Comments

Popular posts from this blog

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 1

Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି