Posts

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 2

୧. ଖ୍ରୀପୂ ୩ୟରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ କେଉଁ ସାଧନଗୁଡ଼ିକ ଦ୍ୱାରା ଓଡ଼ିଆ ଭାଷାରେ ସାହିତ୍ୟ ରଚନା ହୋଇଛି ? ଉ. ପଥର ଓ ନିହାଣ, ତାଳପତ୍ର ଓ ଲେଖନୀ ୨. ତାଳପତ୍ରରୁ କେତେ ଵର୍ଷର ଓଡ଼ିଆ ସାହିତ୍ୟ ଦେଖିଵାକୁ ମିଳେ ? ଉ. ୧୨୦୦ ଵର୍ଷ ୩. ଅଶୋକଙ୍କ କେତୋଟି ଶିଳାଲେଖ ମିଳିଥିଲା ? ସେଥିମଧ୍ୟରୁ ଓଡ଼ିଶାରେ କେତୋଟି ଅଛି ? ଉ. ୧୫୦, ୨ ୪. ଲୁହାର ଆଵିଷ୍କାର କେବେ ହୋଇଥିଲା ? ଉ. ୩୦୦୦ ଵର୍ଷ ପୂର୍ଵେ / ଖ୍ରୀପୂ ଦଶମ ଶତାବ୍ଦୀ ୫. କଳିଙ୍ଗ ଵଣିକଙ୍କ ଦ୍ୱାରା ରପ୍ତାନୀ ହେଉଥିଵା ଵିଭିନ୍ନ ଦ୍ରଵ୍ୟ, କଳିଙ୍ଗରେ ଉପଲବ୍ଧ ବସ୍ତୁ, ଦାକ୍ଷିଣାତ୍ୟ ପଥ ଵର୍ଣ୍ଣନା, ଵିଷୟରେ କେଉଁ ଗ୍ରନ୍ଥରୁ ଜଣାପଡ଼େ ? ଉ. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ୬. ଭାରତଵର୍ଷରେ ମହାଜନପଦ ଆଵିର୍ଭାଵ ଘଟିଵାର ପୂର୍ଵସ୍ତର ଥିଵା ଜନପଦ ମଧ୍ୟରେ କଳିଙ୍ଗର ନାମ ଅଗ୍ରଗଣ୍ୟ ଥିଲା ବୋଲି କେଉଁ ଗ୍ରନ୍ଥରୁ ଜଣାପଡ଼େ? ଉ. ପାଣିନୀଙ୍କ ଅଷ୍ଟଧ୍ୟାୟୀ ରଚନାରୁ ୭. ଓଡ଼ିଶାର କେଉଁଠାରେ ଅଶୋକଙ୍କ ଶିଳାଲେଖ ଦେଖିଵାକୁ ମିଳେ ? ଉ. ଭୁଵନେଶ୍ୱରସ୍ଥ ଧଉଳି ଵା ତୋଷାଳୀରେ ଥିଵା ସୁରଭି ପର୍ଵତ ଉପରେ, ସମପା ଵା ଗଞ୍ଜାମ ଅନ୍ତର୍ଗତ ଜଉଗଡ଼ ଖପିଙ୍ଗଳ ପର୍ଵତ ଉପରେ ୮. କଳିଙ୍ଗ ଯୁଦ୍ଧ ଵିଷୟରେ ସୂଚନା ଓ ଅଶୋକଙ୍କ ଅନୁତାପ ଵର୍ଣ୍ଣନା କେତୋଟି ଶିଳାଲେଖରେ ଵର୍ଣ୍ଣିତ ହୋଇଛି ? ଉ. ୩ଟି (ପାକିସ୍ଥାନର ସାହେବାଜିଗଡ଼ି, ଧଉଳି, ଜଉଗଡ଼) ୯. ଅଭିଷେକର କେଉଁ ଵର୍ଷରେ ଅଶୋକ କଳିଙ୍ଗ ଆ...

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 1

୧. ଓଡ଼ିଆ ସାହିତ୍ୟର ସର୍ଵପ୍ରାଚୀନ ଲିଖିତ ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ? ଉ. ପ୍ରଥମ ଶତାବ୍ଦୀରେ ଖୋଦିତ ଖାରଵେଳଙ୍କ ହାତୀଗୁମ୍ଫା ଶିଳାଲେଖ ୨. ତାଳପତ୍ରରେ ରଚିତ ସର୍ଵପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ? ଉ. ନେପାଳ ଦରଵାରରୁ ପ୍ରାପ୍ତ ସପ୍ତମ ଶତାବ୍ଦୀର ଚର୍ଯାଗୀତିକା ୩. ଓଡ଼ିଶାରେ ପ୍ରାଚୀନ ଭାଷା ଓ ଲିପିର ପ୍ରମାଣ କେଉଁଠାରେ ଦେଖିଵାକୁ ମିଳେ ? ଉ. ୧୦ ହଜାର ଵର୍ଷ ତଳର ଯୋଗୀମଠ ଚିତ୍ରଲିପି ଓ ଵିକ୍ରମଖୋଲ ଚିତ୍ରଲିପି ୪. ଲିଖନଗତ ଦୃଷ୍ଟିକୋଣରୁ ଓଡ଼ିଆ ସାହିତ୍ୟ କି କି ଭାଗରେ ଵିଭକ୍ତ ? ଉ. ଅଭିଲେଖ ସାହିତ୍ୟ (୩ୟରୁ ୧୫ଶ ଶତାବ୍ଦୀ) ତାଳପତ୍ର ସାହିତ୍ୟ (୭ମରୁ ଉନ୍ନଵିଂଶ) ଆଧୁନିକ ସାହିତ୍ୟ (ଉନ୍ନଵିଂଶ ଶତାବ୍ଦୀରୁ ଆଜିଯାଏଁ) ୫. ଅଶୋକଙ୍କ ଶିଳାଲେଖ ଓ ଖାରଵେଳଙ୍କ ଶିଳାଲେଖ କେଉଁ ଲିପି ଓ ଭାଷାରେ ଲିଖିତ ? ଉ. ବ୍ରାହ୍ମୀ ଲିପି ଓ ପାଲି ଭାଷା (କଳିଙ୍ଗ ଅଧିଵାସୀଙ୍କର ସେ ସମୟର ପ୍ରଚଳିତ ମୁଖଭାଷା) ୬. ସମସ୍ତ ଭାରତୀୟ ଭାଷାର ସର୍ଵପ୍ରାଚୀନ ସାହିତ୍ୟ ଭାଵରେ କାହାକୁ ଗ୍ରହଣ କରାଯାଏ ? ଉ. ହାତୀଗୁମ୍ଫା ଶିଳାଲେଖ ୭. ଖାରଵେଳଙ୍କ ଶିଳାଲେଖର ଵୈଶିଷ୍ୟ କ'ଣ? ଉ. ଏହା ନାଟ୍ୟଶାସ୍ତ୍ରର ରଚୟିତା ଭରତମୁନି (୧ମ ଶତାବ୍ଦୀ) ସାହିତ୍ୟ ଦର୍ପଣର ପ୍ରଣେତା ତଥା ଚତୁର୍ଦ୍ଦଶ ଶତାବ୍ଦୀର କଵି ଵିଶ୍ଵନାଥ କଵିରାଜଙ୍କ ସମେତ ଵିଭିନ୍ନ ଵିଦ୍ଵାନ କାଵ୍ୟ ରଚନା ସମ୍ପର୍କରେ ଦ...

ପଞ୍ଚସଖା, ସାରଳା ଦାସ ଓ ସାରଳା ମହାଭାରତ ସମୀକ୍ଷା

୧. ସାରଳା ମହାଭାରତର କିଛି ବିଶେଷତ୍ୱ: • ସାରଳା ଦାସଙ୍କ ମୌଳିକ ସୃଷ୍ଟି • ଚତୁର୍ଦ୍ଦଶ ଶତାବ୍ଦୀର ଆଦ୍ୟଭାଗରେ ସୃଷ୍ଟି • ଆଞ୍ଚଳିକ ଭାଷାରେ ରଚିତ ପୂର୍ଣ୍ଣାଙ୍ଗ ଗ୍ରନ୍ଥ • ସଂସ୍କୃତର ଆକ୍ଷରିକ ଅନୁଵାଦ ନୁହେଁ, ଵରଂ ତାହାର ଛାୟାରେ ରଚିତ । • ମହାଭାରତ ଚରିତ୍ରଗୁଡ଼ିକ ଓଡ଼ିଶାର ଜୀଵନ ଶୈଳୀ ଅନୁସାରେ ଚିତ୍ରିତ । ସାରଳା ଦାସ ସଂସ୍କୃତର ବହୁ ପ୍ରସିଦ୍ଧ କଥାକୁ ସାମାଜିକ ଆଵଶ୍ୟକତା ଦୃଷ୍ଟିରୁ ପରିଵର୍ତ୍ତନ କରିଛନ୍ତି । • ଓଡ଼ିଆ ଜନ ଜୀଵନର ଏକ ଚାରୁ ଚିତ୍ରଶାଳା । ଆଞ୍ଚଳିକ ସଂସ୍କୃତି, ସ୍ୱାତନ୍ତ୍ର୍ୟର ପରିଚୟ ମିଳେ । • ଏହାର ଅନୁକରଣରେ ପରଵର୍ତ୍ତୀ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଵା ଲକ୍ଷ୍ୟ କରାଯାଏ । ୨. ପଞ୍ଚସଖା ଓ ତାଙ୍କର ସୃଷ୍ଟି ଜଗନ୍ନାଥ ଦାସ - ଭାଗଵତ ଅଚ୍ୟୁତାନନ୍ଦ ଦାସ - ହରିଵଂଶ ବଳରାମ ଦାସ ଜଗମୋହନ ରାମାୟଣ ଅନନ୍ତ - ଯଶୋଵନ୍ତ - ୩. 'ପରମ ଶାସ୍ତ୍ର ଭାଗଵତ । ଅଭ୍ୟାସ କରୁଥିଵ ନିତ୍ୟ ।' କେଉଁଠାରୁ ଉଦ୍ଧୃତ ? ଅଚ୍ୟୁତାନନ୍ଦଙ୍କ ହରିଵଂଶ ଗ୍ରନ୍ଥରୁ ୪. ସାରଳା ମହାଭାରତ (ଦୀର୍ଘ ଉତ୍ତର ମୂଳକ ପାଇଁ) • ସାରଳା ଦାସ ତତ୍କାଳୀନ ଘୋର ଭ୍ରଷ୍ଟାଚାର କଵଳିତ ଓଡ଼ିଆ ସମାଜ ଜୀଵନକୁ ଯୌନ ଵ୍ୟଭିଚାରର ଅତଳ ପଙ୍କରୁ ଉଦ୍ଧାର କରିଵାକୁ ଚାହିଁଥିଲେ । • ବ୍ରାହ୍ମଣଙ୍କ ଵିଷୟ: ସାରଳା ଦାସ ଲକ୍ଷ୍ୟ କରିଥିଲେ ଯେ, ବ୍ରାହ୍ମଣ ସମାଜ ଉପରେ ଯଦିଓ ଆଦର୍ଶ ସମାଜ ଗଠନର ଦାୟିତ୍ୱ ନ୍ୟସ୍ତ, ତଥାପି ସେମାନଙ୍କ ମଧ୍ୟରେ ଅନ...

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

 କାଵ୍ୟ ସାହିତ୍ୟର ପ୍ରାକ ପରମ୍ପରା ଆରମ୍ଭ କରିଥିଲେ: ଅର୍ଜୁନ ଦାସ, ମାର୍କଣ୍ଡ ଦାସ, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ ଚଉପଦୀ ଚନ୍ଦ୍ରର ରଚୟତା: ଉପେନ୍ଦ୍ର ଭଞ୍ଜ 'ରାଧାକୃଷ୍ଣ ଷୋଡ଼ଶା'ର ରଚୟତା: ଦିନମଣି 'ଚର୍ଚ୍ଚିକା ଜଣାଣ'ର ରଚୟତା: ଗୋଵିନ୍ଦ ରଥ 'ଅନାଦି ଅଵ୍ୟକତ ଅରୂପ ଠୁଳ'ର ରଚୟତା: କଵି ମୋହନ 'ସ୍ଵର ଷୋଡ଼ଶା'ର ରଚୟତା: ଚୂଡ଼ାମଣି ହରିଚନ୍ଦନ 'ଵକୁଳେଶ୍ଵର ଷୋଡ଼ଶା'ର ରଚୟତା: ଗଣେଶ୍ବର ଦାସ ଷୋଡ଼ଶାର ଅଗ୍ରସୂରୀ: ଉପେନ୍ଦ୍ର ଭଞ୍ଜ ଷୋଡ଼ଶା ସୃଷ୍ଟିର କାଳ: ଅଷ୍ଟାଦଶ ଶତାବ୍ଦୀ ଷୋଡ଼ଶା ରୀତି ସାହିତ୍ୟ ରଚନା ସମୟ (ଅଷ୍ଟାଦଶ ଶତାବ୍ଦୀର ମଧ୍ୟପାଦ)ରେ ଏକ ନୂଆ ଶୈଳୀ ଓଡ଼ିଆ ଗୀତି କଵିତା ସାହିତ୍ୟରେ ଦେଖିଵାକୁ ମିଳିଥିଲା । ଯାହାକୁ 'ଷୋଡ଼ଶା' ବୋଲି କୁହାଯାଏ । ଷୋହଳଟି ସ୍ଵର ଵର୍ଣ୍ଣକୁ ଆଦ୍ୟ ନିୟମରେ ରଖି ଯେଉଁ ଗୀତି କଵିତା ସୃଷ୍ଟି ହେଲା ତାହାକୁ ଷୋଡ଼ଶା ବୋଲି କୁହାଗଲା । ଏହାକୁ ଷୋଡ଼ଶେନ୍ଦୁ ମଧ୍ୟ କୁହାଯାଏ । ଏପରି ରୂପ ଅନ୍ୟ କୌଣସି ଭାରତୀୟ ପ୍ରାଦେଶିକ ଭାଷାରେ ଦେଖିଵାକୁ ମିଳେନାହିଁ । ଏହା ଓଡ଼ିଆ ଗୀତିକାଵ୍ୟର ଏକ ଅଭିନଵ ଆଙ୍ଗିକ ରୂପ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ନୂଆ ଶୈଳୀ ପ୍ରୟୋଗ କରିଥିଲେ । ତାଙ୍କର 'ଚଉପଦୀ ଚନ୍ଦ୍ର'ରେ ଏହି ରୂପ ଦେଖିଵାକୁ ମିଳେ ...

Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି

  Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି ପୁରୀ ଗାନ୍ଧୀ ଉଦ୍ୟନରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଏହି କ୍ଷେତ୍ର ମନଲୋଭା ଅଟେ । ଏହାର ସୁବିଧାସୁଯୋଗ ଓ ସବୁଜିମା ଗୋଆ ତଥା ବିଶ୍ବର ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ ହେବ । ଏଠାରେ ଗୋଆ ଢାଞ୍ଚାରେ ବେଳାଭୂମିକୁ ଆକର୍ଷଣୀୟ କରାଯାଉଛି । ପାଲମିରା ତାଳ ଗଛ ଲଗାଯାଇଛି । ତାଳପତ୍ର ଓ ବେତରେ ପ୍ରସ୍ତୁତ ସେଡ୍‌ ଓ ପାଦଚଲା ବାଟ ରହିଛି । ତଳେ ବସି ପର୍ଯ୍ୟଟକ ମଜା ନେଇପାରିଵେ । ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରଯାଇଛି । ପରିବାର ନେଇ ବେଳାଭୂମି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ଅଟେ । ପର୍ଯ୍ୟଟକମାନେ ଅଧିକ ସମୁଦ୍ର ଭିତରକୁ କିଭଳି ନଯାଇପାରିବେ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି ।  କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବେଳାଭୂମିର ଭିତ୍ତିଭୂମି ବିକାଶ କରାଯାଇଛି । ୩୩ଟି ଯୋଗ୍ୟତା ପୁରଣ କଲେ ବେଳାଭୂମିକୁ  ଡେନମାର୍କ ସଂସ୍ଥା ଫି ପକ୍ଷରୁ 'ନୀଳ ପତାକା' ମାନ୍ୟତା ମିଳିିିଥାଏ ।