Posts

ସେରକ ପୁରିଲା, ମାଣକ ପୁରିଲା ଉଠରେ ପୁତା ଉଠ

ତରୁ ଡାଳେ ବସି ବାହୁନି ବାହୁନି କାନ୍ଦଇ କପୋତ ମାତା ସେରକ ପୁରିଲା, ମାଣକ ପୁରିଲା ଉଠରେ ଉଠରେ ପୁତା। ଏଥିରେ କପୋତ ଓ କୁଆର କାହାଣୀ ଵର୍ଣ୍ଣନା କରାଯାଇଛି। କପୋତ ତା' ଶାବକକୁ ମାପି ଧାନ ଦେଲା। କୁଆ ବି। ଯେତେବେଳେ କୁଆ ତା' ଶାବକର ଚାଉଳ ମାପିଲା, ଧାନ ସହ ସମାନ ମାପ ହେଲା କାରଣ କୁଆର ଶାବକ ଚାଉଳରୁ କୁଣ୍ଡା ଓ ତସୁ ( ଧାନର ମୋଟାଚୋପା) ଅଲଗା କରି ନ ଥିଲା।  କପୋତ ତା' ଶାବକ ଯାହା ଆଣିଥିଲା, ମାପିବାରୁ ସେରକ ପୁରିଲା ମାତ୍ର ମାଣକ ପୁରିଲା ନାହିଁ ( ଅର୍ଥାତ୍ କମ୍ ହେଲା।)। ଏଣୁ ରାଗରେ ତା ଶାବକକୁ ଖୁମ୍ପି ଖୁମ୍ପି ମାରିଦେଲା। ପରେ ଦେଖିଲା, ତା' ଶାବକ କେବଳ ପରିଷ୍କୃତ ଚାଉଳ ଆଣିଛି। କୁଣ୍ଡା ଓ ତସୁକୁ ଅଲଗା ରଖିଛି। ଏବେ ସେ ସବୁକୁମିଶାଇ ମାପ କରିବାରୁ, ସେରକ ଓ ମାଣକ ଉଭୟ ପୁରା ହେଲା। ଅର୍ଥାତ୍ ଯେତିକି ଧାନ ଦେଇଥିଲା, ତାହାର ହିସାବ କପୋତ ପାଇଗଲା। ଏବେ ସେ ନିଜ ଭୁଲ୍ ବୁଝିପାରି ଅନୁତପ୍ତ। ଯେତେ ତା' ଶାବକକୁ ଡାକିଲା, "ସେରକ ପୁରିଲା................... ଉଠରେ ଉଠରେ ପୁତା " ସେ ଆଉ ଉଠିଲା ନାହିଁ। ପୁତା= ଛୋଟ ଶିଶୁ, ସନ୍ତାନକୁ ଆଦରରେ ପୁତା ଡକାଯାଏ।  ସେରକ= ଏକ ସେର( ମାପ ଵିଶେଷ) ମାଣକ = ଏକ ମାଣ ( ମାପ ଵିଶେଷ) (ଉଭୟ ଆୟତନର ମାପ) Measure of Volume ଶିକ୍ଷା :- ଆଗ ଭଲକରି ବିଷୟରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରି ସିଦ୍ଧାନ୍ତରେ ପହଞ୍ଚିବ। ହଠାତ୍ ଉତ୍କ୍ଷିପ୍ତ ହେବା

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 2

୧. ଖ୍ରୀପୂ ୩ୟରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ କେଉଁ ସାଧନଗୁଡ଼ିକ ଦ୍ୱାରା ଓଡ଼ିଆ ଭାଷାରେ ସାହିତ୍ୟ ରଚନା ହୋଇଛି ? ଉ. ପଥର ଓ ନିହାଣ, ତାଳପତ୍ର ଓ ଲେଖନୀ ୨. ତାଳପତ୍ରରୁ କେତେ ଵର୍ଷର ଓଡ଼ିଆ ସାହିତ୍ୟ ଦେଖିଵାକୁ ମିଳେ ? ଉ. ୧୨୦୦ ଵର୍ଷ ୩. ଅଶୋକଙ୍କ କେତୋଟି ଶିଳାଲେଖ ମିଳିଥିଲା ? ସେଥିମଧ୍ୟରୁ ଓଡ଼ିଶାରେ କେତୋଟି ଅଛି ? ଉ. ୧୫୦, ୨ ୪. ଲୁହାର ଆଵିଷ୍କାର କେବେ ହୋଇଥିଲା ? ଉ. ୩୦୦୦ ଵର୍ଷ ପୂର୍ଵେ / ଖ୍ରୀପୂ ଦଶମ ଶତାବ୍ଦୀ ୫. କଳିଙ୍ଗ ଵଣିକଙ୍କ ଦ୍ୱାରା ରପ୍ତାନୀ ହେଉଥିଵା ଵିଭିନ୍ନ ଦ୍ରଵ୍ୟ, କଳିଙ୍ଗରେ ଉପଲବ୍ଧ ବସ୍ତୁ, ଦାକ୍ଷିଣାତ୍ୟ ପଥ ଵର୍ଣ୍ଣନା, ଵିଷୟରେ କେଉଁ ଗ୍ରନ୍ଥରୁ ଜଣାପଡ଼େ ? ଉ. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ୬. ଭାରତଵର୍ଷରେ ମହାଜନପଦ ଆଵିର୍ଭାଵ ଘଟିଵାର ପୂର୍ଵସ୍ତର ଥିଵା ଜନପଦ ମଧ୍ୟରେ କଳିଙ୍ଗର ନାମ ଅଗ୍ରଗଣ୍ୟ ଥିଲା ବୋଲି କେଉଁ ଗ୍ରନ୍ଥରୁ ଜଣାପଡ଼େ? ଉ. ପାଣିନୀଙ୍କ ଅଷ୍ଟଧ୍ୟାୟୀ ରଚନାରୁ ୭. ଓଡ଼ିଶାର କେଉଁଠାରେ ଅଶୋକଙ୍କ ଶିଳାଲେଖ ଦେଖିଵାକୁ ମିଳେ ? ଉ. ଭୁଵନେଶ୍ୱରସ୍ଥ ଧଉଳି ଵା ତୋଷାଳୀରେ ଥିଵା ସୁରଭି ପର୍ଵତ ଉପରେ, ସମପା ଵା ଗଞ୍ଜାମ ଅନ୍ତର୍ଗତ ଜଉଗଡ଼ ଖପିଙ୍ଗଳ ପର୍ଵତ ଉପରେ ୮. କଳିଙ୍ଗ ଯୁଦ୍ଧ ଵିଷୟରେ ସୂଚନା ଓ ଅଶୋକଙ୍କ ଅନୁତାପ ଵର୍ଣ୍ଣନା କେତୋଟି ଶିଳାଲେଖରେ ଵର୍ଣ୍ଣିତ ହୋଇଛି ? ଉ. ୩ଟି (ପାକିସ୍ଥାନର ସାହେବାଜିଗଡ଼ି, ଧଉଳି, ଜଉଗଡ଼) ୯. ଅଭିଷେକର କେଉଁ ଵର୍ଷରେ ଅଶୋକ କଳିଙ୍ଗ ଆ

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 1

୧. ଓଡ଼ିଆ ସାହିତ୍ୟର ସର୍ଵପ୍ରାଚୀନ ଲିଖିତ ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ? ଉ. ପ୍ରଥମ ଶତାବ୍ଦୀରେ ଖୋଦିତ ଖାରଵେଳଙ୍କ ହାତୀଗୁମ୍ଫା ଶିଳାଲେଖ ୨. ତାଳପତ୍ରରେ ରଚିତ ସର୍ଵପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ? ଉ. ନେପାଳ ଦରଵାରରୁ ପ୍ରାପ୍ତ ସପ୍ତମ ଶତାବ୍ଦୀର ଚର୍ଯାଗୀତିକା ୩. ଓଡ଼ିଶାରେ ପ୍ରାଚୀନ ଭାଷା ଓ ଲିପିର ପ୍ରମାଣ କେଉଁଠାରେ ଦେଖିଵାକୁ ମିଳେ ? ଉ. ୧୦ ହଜାର ଵର୍ଷ ତଳର ଯୋଗୀମଠ ଚିତ୍ରଲିପି ଓ ଵିକ୍ରମଖୋଲ ଚିତ୍ରଲିପି ୪. ଲିଖନଗତ ଦୃଷ୍ଟିକୋଣରୁ ଓଡ଼ିଆ ସାହିତ୍ୟ କି କି ଭାଗରେ ଵିଭକ୍ତ ? ଉ. ଅଭିଲେଖ ସାହିତ୍ୟ (୩ୟରୁ ୧୫ଶ ଶତାବ୍ଦୀ) ତାଳପତ୍ର ସାହିତ୍ୟ (୭ମରୁ ଉନ୍ନଵିଂଶ) ଆଧୁନିକ ସାହିତ୍ୟ (ଉନ୍ନଵିଂଶ ଶତାବ୍ଦୀରୁ ଆଜିଯାଏଁ) ୫. ଅଶୋକଙ୍କ ଶିଳାଲେଖ ଓ ଖାରଵେଳଙ୍କ ଶିଳାଲେଖ କେଉଁ ଲିପି ଓ ଭାଷାରେ ଲିଖିତ ? ଉ. ବ୍ରାହ୍ମୀ ଲିପି ଓ ପାଲି ଭାଷା (କଳିଙ୍ଗ ଅଧିଵାସୀଙ୍କର ସେ ସମୟର ପ୍ରଚଳିତ ମୁଖଭାଷା) ୬. ସମସ୍ତ ଭାରତୀୟ ଭାଷାର ସର୍ଵପ୍ରାଚୀନ ସାହିତ୍ୟ ଭାଵରେ କାହାକୁ ଗ୍ରହଣ କରାଯାଏ ? ଉ. ହାତୀଗୁମ୍ଫା ଶିଳାଲେଖ ୭. ଖାରଵେଳଙ୍କ ଶିଳାଲେଖର ଵୈଶିଷ୍ୟ କ'ଣ? ଉ. ଏହା ନାଟ୍ୟଶାସ୍ତ୍ରର ରଚୟିତା ଭରତମୁନି (୧ମ ଶତାବ୍ଦୀ) ସାହିତ୍ୟ ଦର୍ପଣର ପ୍ରଣେତା ତଥା ଚତୁର୍ଦ୍ଦଶ ଶତାବ୍ଦୀର କଵି ଵିଶ୍ଵନାଥ କଵିରାଜଙ୍କ ସମେତ ଵିଭିନ୍ନ ଵିଦ୍ଵାନ କାଵ୍ୟ ରଚନା ସମ୍ପର୍କରେ ଦ

ପଞ୍ଚସଖା, ସାରଳା ଦାସ ଓ ସାରଳା ମହାଭାରତ ସମୀକ୍ଷା

୧. ସାରଳା ମହାଭାରତର କିଛି ବିଶେଷତ୍ୱ: • ସାରଳା ଦାସଙ୍କ ମୌଳିକ ସୃଷ୍ଟି • ଚତୁର୍ଦ୍ଦଶ ଶତାବ୍ଦୀର ଆଦ୍ୟଭାଗରେ ସୃଷ୍ଟି • ଆଞ୍ଚଳିକ ଭାଷାରେ ରଚିତ ପୂର୍ଣ୍ଣାଙ୍ଗ ଗ୍ରନ୍ଥ • ସଂସ୍କୃତର ଆକ୍ଷରିକ ଅନୁଵାଦ ନୁହେଁ, ଵରଂ ତାହାର ଛାୟାରେ ରଚିତ । • ମହାଭାରତ ଚରିତ୍ରଗୁଡ଼ିକ ଓଡ଼ିଶାର ଜୀଵନ ଶୈଳୀ ଅନୁସାରେ ଚିତ୍ରିତ । ସାରଳା ଦାସ ସଂସ୍କୃତର ବହୁ ପ୍ରସିଦ୍ଧ କଥାକୁ ସାମାଜିକ ଆଵଶ୍ୟକତା ଦୃଷ୍ଟିରୁ ପରିଵର୍ତ୍ତନ କରିଛନ୍ତି । • ଓଡ଼ିଆ ଜନ ଜୀଵନର ଏକ ଚାରୁ ଚିତ୍ରଶାଳା । ଆଞ୍ଚଳିକ ସଂସ୍କୃତି, ସ୍ୱାତନ୍ତ୍ର୍ୟର ପରିଚୟ ମିଳେ । • ଏହାର ଅନୁକରଣରେ ପରଵର୍ତ୍ତୀ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଵା ଲକ୍ଷ୍ୟ କରାଯାଏ । ୨. ପଞ୍ଚସଖା ଓ ତାଙ୍କର ସୃଷ୍ଟି ଜଗନ୍ନାଥ ଦାସ - ଭାଗଵତ ଅଚ୍ୟୁତାନନ୍ଦ ଦାସ - ହରିଵଂଶ ବଳରାମ ଦାସ ଜଗମୋହନ ରାମାୟଣ ଅନନ୍ତ - ଯଶୋଵନ୍ତ - ୩. 'ପରମ ଶାସ୍ତ୍ର ଭାଗଵତ । ଅଭ୍ୟାସ କରୁଥିଵ ନିତ୍ୟ ।' କେଉଁଠାରୁ ଉଦ୍ଧୃତ ? ଅଚ୍ୟୁତାନନ୍ଦଙ୍କ ହରିଵଂଶ ଗ୍ରନ୍ଥରୁ ୪. ସାରଳା ମହାଭାରତ (ଦୀର୍ଘ ଉତ୍ତର ମୂଳକ ପାଇଁ) • ସାରଳା ଦାସ ତତ୍କାଳୀନ ଘୋର ଭ୍ରଷ୍ଟାଚାର କଵଳିତ ଓଡ଼ିଆ ସମାଜ ଜୀଵନକୁ ଯୌନ ଵ୍ୟଭିଚାରର ଅତଳ ପଙ୍କରୁ ଉଦ୍ଧାର କରିଵାକୁ ଚାହିଁଥିଲେ । • ବ୍ରାହ୍ମଣଙ୍କ ଵିଷୟ: ସାରଳା ଦାସ ଲକ୍ଷ୍ୟ କରିଥିଲେ ଯେ, ବ୍ରାହ୍ମଣ ସମାଜ ଉପରେ ଯଦିଓ ଆଦର୍ଶ ସମାଜ ଗଠନର ଦାୟିତ୍ୱ ନ୍ୟସ୍ତ, ତଥାପି ସେମାନଙ୍କ ମଧ୍ୟରେ ଅନ

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

 କାଵ୍ୟ ସାହିତ୍ୟର ପ୍ରାକ ପରମ୍ପରା ଆରମ୍ଭ କରିଥିଲେ: ଅର୍ଜୁନ ଦାସ, ମାର୍କଣ୍ଡ ଦାସ, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ ଚଉପଦୀ ଚନ୍ଦ୍ରର ରଚୟତା: ଉପେନ୍ଦ୍ର ଭଞ୍ଜ 'ରାଧାକୃଷ୍ଣ ଷୋଡ଼ଶା'ର ରଚୟତା: ଦିନମଣି 'ଚର୍ଚ୍ଚିକା ଜଣାଣ'ର ରଚୟତା: ଗୋଵିନ୍ଦ ରଥ 'ଅନାଦି ଅଵ୍ୟକତ ଅରୂପ ଠୁଳ'ର ରଚୟତା: କଵି ମୋହନ 'ସ୍ଵର ଷୋଡ଼ଶା'ର ରଚୟତା: ଚୂଡ଼ାମଣି ହରିଚନ୍ଦନ 'ଵକୁଳେଶ୍ଵର ଷୋଡ଼ଶା'ର ରଚୟତା: ଗଣେଶ୍ବର ଦାସ ଷୋଡ଼ଶାର ଅଗ୍ରସୂରୀ: ଉପେନ୍ଦ୍ର ଭଞ୍ଜ ଷୋଡ଼ଶା ସୃଷ୍ଟିର କାଳ: ଅଷ୍ଟାଦଶ ଶତାବ୍ଦୀ ଷୋଡ଼ଶା ରୀତି ସାହିତ୍ୟ ରଚନା ସମୟ (ଅଷ୍ଟାଦଶ ଶତାବ୍ଦୀର ମଧ୍ୟପାଦ)ରେ ଏକ ନୂଆ ଶୈଳୀ ଓଡ଼ିଆ ଗୀତି କଵିତା ସାହିତ୍ୟରେ ଦେଖିଵାକୁ ମିଳିଥିଲା । ଯାହାକୁ 'ଷୋଡ଼ଶା' ବୋଲି କୁହାଯାଏ । ଷୋହଳଟି ସ୍ଵର ଵର୍ଣ୍ଣକୁ ଆଦ୍ୟ ନିୟମରେ ରଖି ଯେଉଁ ଗୀତି କଵିତା ସୃଷ୍ଟି ହେଲା ତାହାକୁ ଷୋଡ଼ଶା ବୋଲି କୁହାଗଲା । ଏହାକୁ ଷୋଡ଼ଶେନ୍ଦୁ ମଧ୍ୟ କୁହାଯାଏ । ଏପରି ରୂପ ଅନ୍ୟ କୌଣସି ଭାରତୀୟ ପ୍ରାଦେଶିକ ଭାଷାରେ ଦେଖିଵାକୁ ମିଳେନାହିଁ । ଏହା ଓଡ଼ିଆ ଗୀତିକାଵ୍ୟର ଏକ ଅଭିନଵ ଆଙ୍ଗିକ ରୂପ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ନୂଆ ଶୈଳୀ ପ୍ରୟୋଗ କରିଥିଲେ । ତାଙ୍କର 'ଚଉପଦୀ ଚନ୍ଦ୍ର'ରେ ଏହି ରୂପ ଦେଖିଵାକୁ ମିଳେ

Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି

  Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି ପୁରୀ ଗାନ୍ଧୀ ଉଦ୍ୟନରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଏହି କ୍ଷେତ୍ର ମନଲୋଭା ଅଟେ । ଏହାର ସୁବିଧାସୁଯୋଗ ଓ ସବୁଜିମା ଗୋଆ ତଥା ବିଶ୍ବର ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ ହେବ । ଏଠାରେ ଗୋଆ ଢାଞ୍ଚାରେ ବେଳାଭୂମିକୁ ଆକର୍ଷଣୀୟ କରାଯାଉଛି । ପାଲମିରା ତାଳ ଗଛ ଲଗାଯାଇଛି । ତାଳପତ୍ର ଓ ବେତରେ ପ୍ରସ୍ତୁତ ସେଡ୍‌ ଓ ପାଦଚଲା ବାଟ ରହିଛି । ତଳେ ବସି ପର୍ଯ୍ୟଟକ ମଜା ନେଇପାରିଵେ । ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରଯାଇଛି । ପରିବାର ନେଇ ବେଳାଭୂମି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ଅଟେ । ପର୍ଯ୍ୟଟକମାନେ ଅଧିକ ସମୁଦ୍ର ଭିତରକୁ କିଭଳି ନଯାଇପାରିବେ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି ।  କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବେଳାଭୂମିର ଭିତ୍ତିଭୂମି ବିକାଶ କରାଯାଇଛି । ୩୩ଟି ଯୋଗ୍ୟତା ପୁରଣ କଲେ ବେଳାଭୂମିକୁ  ଡେନମାର୍କ ସଂସ୍ଥା ଫି ପକ୍ଷରୁ 'ନୀଳ ପତାକା' ମାନ୍ୟତା ମିଳିିିଥାଏ ।