ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 2
୧. ଖ୍ରୀପୂ ୩ୟରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ କେଉଁ ସାଧନଗୁଡ଼ିକ ଦ୍ୱାରା ଓଡ଼ିଆ ଭାଷାରେ ସାହିତ୍ୟ ରଚନା ହୋଇଛି ? ଉ. ପଥର ଓ ନିହାଣ, ତାଳପତ୍ର ଓ ଲେଖନୀ ୨. ତାଳପତ୍ରରୁ କେତେ ଵର୍ଷର ଓଡ଼ିଆ ସାହିତ୍ୟ ଦେଖିଵାକୁ ମିଳେ ? ଉ. ୧୨୦୦ ଵର୍ଷ ୩. ଅଶୋକଙ୍କ କେତୋଟି ଶିଳାଲେଖ ମିଳିଥିଲା ? ସେଥିମଧ୍ୟରୁ ଓଡ଼ିଶାରେ କେତୋଟି ଅଛି ? ଉ. ୧୫୦, ୨ ୪. ଲୁହାର ଆଵିଷ୍କାର କେବେ ହୋଇଥିଲା ? ଉ. ୩୦୦୦ ଵର୍ଷ ପୂର୍ଵେ / ଖ୍ରୀପୂ ଦଶମ ଶତାବ୍ଦୀ ୫. କଳିଙ୍ଗ ଵଣିକଙ୍କ ଦ୍ୱାରା ରପ୍ତାନୀ ହେଉଥିଵା ଵିଭିନ୍ନ ଦ୍ରଵ୍ୟ, କଳିଙ୍ଗରେ ଉପଲବ୍ଧ ବସ୍ତୁ, ଦାକ୍ଷିଣାତ୍ୟ ପଥ ଵର୍ଣ୍ଣନା, ଵିଷୟରେ କେଉଁ ଗ୍ରନ୍ଥରୁ ଜଣାପଡ଼େ ? ଉ. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ୬. ଭାରତଵର୍ଷରେ ମହାଜନପଦ ଆଵିର୍ଭାଵ ଘଟିଵାର ପୂର୍ଵସ୍ତର ଥିଵା ଜନପଦ ମଧ୍ୟରେ କଳିଙ୍ଗର ନାମ ଅଗ୍ରଗଣ୍ୟ ଥିଲା ବୋଲି କେଉଁ ଗ୍ରନ୍ଥରୁ ଜଣାପଡ଼େ? ଉ. ପାଣିନୀଙ୍କ ଅଷ୍ଟଧ୍ୟାୟୀ ରଚନାରୁ ୭. ଓଡ଼ିଶାର କେଉଁଠାରେ ଅଶୋକଙ୍କ ଶିଳାଲେଖ ଦେଖିଵାକୁ ମିଳେ ? ଉ. ଭୁଵନେଶ୍ୱରସ୍ଥ ଧଉଳି ଵା ତୋଷାଳୀରେ ଥିଵା ସୁରଭି ପର୍ଵତ ଉପରେ, ସମପା ଵା ଗଞ୍ଜାମ ଅନ୍ତର୍ଗତ ଜଉଗଡ଼ ଖପିଙ୍ଗଳ ପର୍ଵତ ଉପରେ ୮. କଳିଙ୍ଗ ଯୁଦ୍ଧ ଵିଷୟରେ ସୂଚନା ଓ ଅଶୋକଙ୍କ ଅନୁତାପ ଵର୍ଣ୍ଣନା କେତୋଟି ଶିଳାଲେଖରେ ଵର୍ଣ୍ଣିତ ହୋଇଛି ? ଉ. ୩ଟି (ପାକିସ୍ଥାନର ସାହେବାଜିଗଡ଼ି, ଧଉଳି, ଜଉଗଡ଼) ୯. ଅଭିଷେକର କେଉଁ ଵର୍ଷରେ ଅଶୋକ କଳିଙ୍ଗ ଆ...