Posts

Showing posts from November, 2020

ପଞ୍ଚସଖା, ସାରଳା ଦାସ ଓ ସାରଳା ମହାଭାରତ ସମୀକ୍ଷା

୧. ସାରଳା ମହାଭାରତର କିଛି ବିଶେଷତ୍ୱ: • ସାରଳା ଦାସଙ୍କ ମୌଳିକ ସୃଷ୍ଟି • ଚତୁର୍ଦ୍ଦଶ ଶତାବ୍ଦୀର ଆଦ୍ୟଭାଗରେ ସୃଷ୍ଟି • ଆଞ୍ଚଳିକ ଭାଷାରେ ରଚିତ ପୂର୍ଣ୍ଣାଙ୍ଗ ଗ୍ରନ୍ଥ • ସଂସ୍କୃତର ଆକ୍ଷରିକ ଅନୁଵାଦ ନୁହେଁ, ଵରଂ ତାହାର ଛାୟାରେ ରଚିତ । • ମହାଭାରତ ଚରିତ୍ରଗୁଡ଼ିକ ଓଡ଼ିଶାର ଜୀଵନ ଶୈଳୀ ଅନୁସାରେ ଚିତ୍ରିତ । ସାରଳା ଦାସ ସଂସ୍କୃତର ବହୁ ପ୍ରସିଦ୍ଧ କଥାକୁ ସାମାଜିକ ଆଵଶ୍ୟକତା ଦୃଷ୍ଟିରୁ ପରିଵର୍ତ୍ତନ କରିଛନ୍ତି । • ଓଡ଼ିଆ ଜନ ଜୀଵନର ଏକ ଚାରୁ ଚିତ୍ରଶାଳା । ଆଞ୍ଚଳିକ ସଂସ୍କୃତି, ସ୍ୱାତନ୍ତ୍ର୍ୟର ପରିଚୟ ମିଳେ । • ଏହାର ଅନୁକରଣରେ ପରଵର୍ତ୍ତୀ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଵା ଲକ୍ଷ୍ୟ କରାଯାଏ । ୨. ପଞ୍ଚସଖା ଓ ତାଙ୍କର ସୃଷ୍ଟି ଜଗନ୍ନାଥ ଦାସ - ଭାଗଵତ ଅଚ୍ୟୁତାନନ୍ଦ ଦାସ - ହରିଵଂଶ ବଳରାମ ଦାସ ଜଗମୋହନ ରାମାୟଣ ଅନନ୍ତ - ଯଶୋଵନ୍ତ - ୩. 'ପରମ ଶାସ୍ତ୍ର ଭାଗଵତ । ଅଭ୍ୟାସ କରୁଥିଵ ନିତ୍ୟ ।' କେଉଁଠାରୁ ଉଦ୍ଧୃତ ? ଅଚ୍ୟୁତାନନ୍ଦଙ୍କ ହରିଵଂଶ ଗ୍ରନ୍ଥରୁ ୪. ସାରଳା ମହାଭାରତ (ଦୀର୍ଘ ଉତ୍ତର ମୂଳକ ପାଇଁ) • ସାରଳା ଦାସ ତତ୍କାଳୀନ ଘୋର ଭ୍ରଷ୍ଟାଚାର କଵଳିତ ଓଡ଼ିଆ ସମାଜ ଜୀଵନକୁ ଯୌନ ଵ୍ୟଭିଚାରର ଅତଳ ପଙ୍କରୁ ଉଦ୍ଧାର କରିଵାକୁ ଚାହିଁଥିଲେ । • ବ୍ରାହ୍ମଣଙ୍କ ଵିଷୟ: ସାରଳା ଦାସ ଲକ୍ଷ୍ୟ କରିଥିଲେ ଯେ, ବ୍ରାହ୍ମଣ ସମାଜ ଉପରେ ଯଦିଓ ଆଦର୍ଶ ସମାଜ ଗଠନର ଦାୟିତ୍ୱ ନ୍ୟସ୍ତ, ତଥାପି ସେମାନଙ୍କ ମଧ୍ୟରେ ଅନ...

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

 କାଵ୍ୟ ସାହିତ୍ୟର ପ୍ରାକ ପରମ୍ପରା ଆରମ୍ଭ କରିଥିଲେ: ଅର୍ଜୁନ ଦାସ, ମାର୍କଣ୍ଡ ଦାସ, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ ଚଉପଦୀ ଚନ୍ଦ୍ରର ରଚୟତା: ଉପେନ୍ଦ୍ର ଭଞ୍ଜ 'ରାଧାକୃଷ୍ଣ ଷୋଡ଼ଶା'ର ରଚୟତା: ଦିନମଣି 'ଚର୍ଚ୍ଚିକା ଜଣାଣ'ର ରଚୟତା: ଗୋଵିନ୍ଦ ରଥ 'ଅନାଦି ଅଵ୍ୟକତ ଅରୂପ ଠୁଳ'ର ରଚୟତା: କଵି ମୋହନ 'ସ୍ଵର ଷୋଡ଼ଶା'ର ରଚୟତା: ଚୂଡ଼ାମଣି ହରିଚନ୍ଦନ 'ଵକୁଳେଶ୍ଵର ଷୋଡ଼ଶା'ର ରଚୟତା: ଗଣେଶ୍ବର ଦାସ ଷୋଡ଼ଶାର ଅଗ୍ରସୂରୀ: ଉପେନ୍ଦ୍ର ଭଞ୍ଜ ଷୋଡ଼ଶା ସୃଷ୍ଟିର କାଳ: ଅଷ୍ଟାଦଶ ଶତାବ୍ଦୀ ଷୋଡ଼ଶା ରୀତି ସାହିତ୍ୟ ରଚନା ସମୟ (ଅଷ୍ଟାଦଶ ଶତାବ୍ଦୀର ମଧ୍ୟପାଦ)ରେ ଏକ ନୂଆ ଶୈଳୀ ଓଡ଼ିଆ ଗୀତି କଵିତା ସାହିତ୍ୟରେ ଦେଖିଵାକୁ ମିଳିଥିଲା । ଯାହାକୁ 'ଷୋଡ଼ଶା' ବୋଲି କୁହାଯାଏ । ଷୋହଳଟି ସ୍ଵର ଵର୍ଣ୍ଣକୁ ଆଦ୍ୟ ନିୟମରେ ରଖି ଯେଉଁ ଗୀତି କଵିତା ସୃଷ୍ଟି ହେଲା ତାହାକୁ ଷୋଡ଼ଶା ବୋଲି କୁହାଗଲା । ଏହାକୁ ଷୋଡ଼ଶେନ୍ଦୁ ମଧ୍ୟ କୁହାଯାଏ । ଏପରି ରୂପ ଅନ୍ୟ କୌଣସି ଭାରତୀୟ ପ୍ରାଦେଶିକ ଭାଷାରେ ଦେଖିଵାକୁ ମିଳେନାହିଁ । ଏହା ଓଡ଼ିଆ ଗୀତିକାଵ୍ୟର ଏକ ଅଭିନଵ ଆଙ୍ଗିକ ରୂପ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ନୂଆ ଶୈଳୀ ପ୍ରୟୋଗ କରିଥିଲେ । ତାଙ୍କର 'ଚଉପଦୀ ଚନ୍ଦ୍ର'ରେ ଏହି ରୂପ ଦେଖିଵାକୁ ମିଳେ ...